ପୋଲିସ କବ୍‌ଜାରେ ସ୍ୱାମୀ-୪୨୦

ଭୁବନେଶ୍ୱର: ପୋଲିସ୍ କବ୍‌ଜାରେ ସ୍ୱାମୀ-୪୨୦ । ମହଙ୍ଗା ପଡ଼ିଲା ଏକାଧିକ ଝିଅଙ୍କୁ ବିବାହ କରି ବିଶ୍ୱାସଘାତ କରିବା । ଥାନା ଭିତରେ ଅଟକ ସ୍ୱୀମୀଙ୍କ କଲର ଧରି ଟଣାଓଟରା କଲେ ୨ ପତ୍ନୀ । ବିଶ୍ୱାସଘାତ କରିବା ନେଇ ୨ ପତ୍ନୀ ଅଭିଯୋଗ କରିବା ପରେ ମଞ୍ଚେଶ୍ୱର ପୋଲିସ ସ୍ୱାମୀଙ୍କୁ ଆଣି ଅଟକ ରଖିଥିଲା । ତେବେ ଥାନା ଭିତରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଖୋର୍ଦ୍ଧାର ଆଲୋକ ଜେନା ୨୦୦୬ରେ ଜଣଙ୍କୁ ବିବାହ କରିଥିଲେ । ହେଲେ ପ୍ରଥମ ପତ୍ନୀଙ୍କ ଅଜାଣତରେ ୨୦୧୭ରେ ପୁଣି ଆଉ ଜଣଙ୍କୁ ବିବାହ କରିଥିଲେ ଆଲୋକ । ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଗୋଚରରେ ପୁଣି ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିବା ଜଣାପଡ଼ିଥିଲା । ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ରସିକିଆ ସ୍ୱାମୀର କଳା କାରନାମା ପଦାରେ ପଡ଼ିଥିଲା । ଘଟଣାକୁ ନେଇ ଅଭିଯୁକ୍ତ ସ୍ୱାମୀ କହିଛନ୍ତି, ‘ମୋର ଗୋଟିଏ ସ୍ତ୍ରୀ । ଏଇଟା ହିଁ ସତ ।

ଯେଉଁ ମହିଳା ଅଭିଯୋଗ ଆଣିଛନ୍ତି, ତାଙ୍କୁ ମୁଁ ଜାଣିଛି । ସେ ମୋ ଅଟୋରେ ଯା’ଆସ କରନ୍ତି, ତେଣୁ ତାଙ୍କୁ ମୁଁ ଜାଣିଛି । ହେଲେ ସେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ସେସବୁ ମିଥ୍ୟା । ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ଅଭିଯୋଗ ଆଣିଥିବା ଜଣେ ମହିଳା କହିଛନ୍ତି, ‘ଖୋଜି ଖୋଜି ସାଲିଆ ସାହିରୁ ମୁଁ ତାଙ୍କୁ ପାଇଲି । ଜଣେ ସ୍ତ୍ରୀ ଲୋକ ପାଖରେ ସେ ରହିଥିଲେ । ରାତିରେ ସେଠାକୁ ଯାଇ ମୁଁ ଘର ସିଜ୍ କରିଥିଲି । ତା’ପରଦିନ ଏନେଇ ମହିଳା ଥାନାରେ ଏତଲା ଦେଇଥିଲି । ତାକୁ ଛାଡ଼ି ଏବେ ସେ ଆଉ ଜଣେ ସ୍ତ୍ରୀ ଲୋକ ସହ ରହୁଛି । ଟଙ୍କା ଲୋଭରେ ସେ ସବୁ ଝିଅଙ୍କୁ ନିଜର କରିବାକୁ ଚାହୁଁଛି । ସେହିପରି ଆଉ ଜଣେ ମହିଳା ଅଭିଯୋଗ ଆଣି କହିଛନ୍ତି, ‘୫ ବର୍ଷ ହେଲା ସେ ମୋ ପାଖରେ ରହୁଥିଲା । ଦେଢ଼ ମାସ ହେଲା ମୋତେ ଛାଡ଼ିକି ଆଉ ଜଣେ ମହିଳାଙ୍କ ସହ ରହୁଛନ୍ତି । ସେ ଭଉଣୀ ଘରେ ରହୁଥିବା ଜାଣିବାକୁ ପାଇବା ପରେ ସେଠାରେ ଯାଇ ପହଞ୍ଚି ଥିଲି । ସେଠାରେ ମୋତେ ସମସ୍ତେ ଗାଳିଗୁଲଜ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *