ପଶ୍ଚିମବଙ୍ଗ ଫେରାନ୍ତଙ୍କ ପ୍ରତି କ୍ୱାରେଣ୍ଟାଇନ୍ ଅବଧିରେ କୋହଳ, ୧୪ ଦିନ ପରିବର୍ତ୍ତେ ରଖାଗଲା ୭

ଭୁବନେଶ୍ୱର : ପଶ୍ଚିମବଙ୍ଗ ଫେରାନ୍ତଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟାଇନ୍‌ରେ ରହିବେ । ନେଗେଟିଭ୍ ରିପୋର୍ଟ, ୨ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟାଇନ୍ କୋହଳ କରାଯିବ । ପୂର୍ବ ଘୋଷିତ ୧୪ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ରହିବେ । ଯଦି ହୋମ୍ କ୍ୱାରେଣ୍ଟାଇନ୍‌ର ସୁବିଧା ନଥିବ ସେମାନେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ପକ୍ଷରୁ ସଂଶୋଧିତ ନିୟମ ଜାରି କରାଯାଇଛି ।

ସୂଚନାଯୋଗ୍ୟ, କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ । ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ରହିବେ ବୋଲି । ପଶ୍ଚିମବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଥିଲେ । ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ । ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ । ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ । କ୍ଲଷ୍ଟର ସେଣ୍ଟରରେ ରହିବେ ବା ପେଡ୍ କ୍ୱାରେଣ୍ଟିନରେ ରହିପାରିବେ ।

ପଶ୍ଚିମବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଆଜି ତାହା ୧୪ ଦିନ ପରିବର୍ତ୍ତେ ୭ଦିନ କରାଯାଇଛି । ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ୍ କ୍ୱାରେଣ୍ଟିନ ମନା କରାଯାଇଥିଲା । ୨ ଡୋଜ୍ ଟିକା ନେଇଥିବା ଲୋକ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ । ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ ଠାବ ହୋଇଥିବାରୁ କଟକଣା କଡ଼ା ହୋଇଛି । ଟ୍ରିପଲ ମ୍ୟୁଟାଣ୍ଟ ଅତି ଘାତକ ହୋଇଥିବାରୁ କଟକଣା ଲଗାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *