ପୋଖରୀରେ ବୁଡ଼ି ୪ ଭାଇ-ଭଉଣୀଙ୍କ ସଲିଳ ସମାଧି

ବୈତୁଲ୍‌ : ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ୪ ଭାଇ-ଭଉଣୀ। ପୋଖରୀରେ ଭାଇ-ଭଉଣୀଙ୍କ ଜୀବନ ଯାଇଛି । ସେଥମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କ ମୃତଦେହ ଖୋଜୁଛି ଉଦ୍ଧାରକାରୀ ଦଳ। ଘଟଣାଟି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲା ଆମାଗୋହନରେ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଏବଂ ତାଙ୍କ ପିଉସୀଙ୍କ ଦୁଇ ଝିଅ ଅଛନ୍ତି । ସେମାନଙ୍କ ବୟସ ୧୬ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ମିଳିଥିବା

ସୂଚନା ଅନୁସାରେ , ୪ ଭାଇ-ଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀର ଗଭୀରତା ଅଧିକ ହୋଇଥିବା ବେଳେ ପାଣି ମଧ୍ୟ ଅଧିକ ଥିଲା। ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ୪ ପିଲାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ମୃତକମାନେ ହେଲେ ନିଖିଲ (୧୬), ପ୍ରତୀକ (୧୪) , ଆୟଶା (୧୨) ଏବଂ କଶିଶ (୧୬)। ନିଖିଲ ଏବଂ ପ୍ରତୀକ ଦୁଇ ଭାଇ। ସେମାନଙ୍କ ବାପାଙ୍କ ନାଁ ପ୍ରଦୀପ । ଦୁଇ ଭଉଣୀ ଆୟଶା ଏବଂ କଶିଶି ପ୍ରଦୀପଙ୍କ ଭଉଣୀଙ୍କ ଝିଅ ବୋଲି ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *