ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ ଓ ରାଜସ୍ଥାନର ରାଜ୍ୟପାଳ ମଧ୍ୟ ଥିଲେ । ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସରେ ତାଙ୍କର ପରଲୋକ ହୋଇଛି । ସେ ସେପ୍‌ସିସ୍ ରୋଗରେ ଆକ୍ରାନ୍ତ ଥିଲେ ଏବଂ ପରେ ତାଙ୍କର ଅନେକ ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ଅକାମୀ ହୋଇଯାଇଥିଲା । ଗତ ଜୁଲାଇ ୪ରେ ସେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ମେଡ଼ିକାଲରେ ତାଙ୍କର ପୂରା ଶରୀର ସଂକ୍ରମିତ ଥିଲା ତେଣୁ ତାଙ୍କର ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ମଧ୍ୟ କରୁଥିଲେ । ଏହାସହ ଗତ କିଛି ଦିନ ହେବ ସେ ଭେଣ୍ଟିଲେଟରରେ ମଧ୍ୟ ରହିଥିବା ନେଇ ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଆଜି ୮୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ବିଜେପିର ଜଣେ ଟାଣୁଆ ନେତା ଥିଲେ କଲ୍ୟାଣ ସିଂହ । ବିଜେପିର ଏହି ବରିଷ୍ଠ ନେତା ଜଣଙ୍କ ଜୁଲାଇ ୪ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ହସ୍ପିଟାଲରେ ରହିଥିଲେ । ସେ ଉତ୍ତର ପ୍ରଦେଶର ଦୁଇଥର ମୁଖ୍ୟମନ୍ତ୍ରୀ ହେବା ସହ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *