ପୂର୍ବତନ ସରପଞ୍ଚ ହତ୍ୟା ମାମଲା : ବନ୍ଧାହେଲେ ୫ ଅଭିଯୁକ୍ତ, ୧ ନାବାଳକ

ଗଞ୍ଜାମ : ବ୍ରହ୍ମପୁର ସହର ସମେତ ଏହାର ଉପକଣ୍ଠ ଅଞ୍ଚଳରେ କିଛି ଦିନ ହେବ ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣାକୁ ନେଇ ବିଭିନ୍ନ ଦିଗରେ ଚର୍ଚ୍ଚା ହେଉଥିବାବେଳେ ଆଜି ବ୍ରହ୍ମପୁର ଏସ୍‌ପି ପିନକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ଏହି ହତ୍ୟା ଘଟଣାରେ ବଡ଼ ବଜାର ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ନାବାଳକକୁ ପୁଲିସ କାବୁ କରିଛି । ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀର ଜୟସେନ ସ୍ୱାଇଁ(୪୨), ତାଙ୍କ ଭାଇ ମିଥୁନ ସ୍ୱାଇଁ(୩୧), କୃଷ୍ଣ ବିଷୋୟୀ ଓରଫ୍ ଋଷି (୨୧), ସାଗର ଗଙ୍ଗା ସ୍ୱାଇଁ(୨୧) ଓ ନନ୍ଦନ ବେହେରା(୨୧) । ସମ୍ପୃକ୍ତ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବି) ନିକଟରେ ହାଜର କରାଯାଇଛି ।

ଜେଜେବିଙ୍କ ନିର୍ଦ୍ଦେଶକ୍ରମେ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ନିକଟରୁ ଘଟଣାରେ ବ୍ୟବହାର କରିଥିବା ୩ ଖଣ୍ଡା, ଗାଡ଼ି, ୬ଟି ମୋବାଇଲ୍ ଓ ୨ ଗଜ(ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଉପକରଣ) ପୁଲିସ ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ଟାଉନ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରାଯାଇଥିଲା । ଏଥିରେ ବଡ଼ ବଜାର ଥାନା ଓ ଦିଗପହଣ୍ଡି ଥାନାର କିଛି ବଛା ବଛା ଅଧିକାରୀ ରହିଥିଲେ । ଏହା ସହ ବ୍ରହ୍ମପୁର ଏସ୍‌ପି ଏହି ଟିମ୍‌ର ତଦାରଖ କରୁଥିଲେ । ଅଭିଯୁକ୍ତମାନଙ୍କୁ ଧରାଇବାରେ ବ୍ରହ୍ମପୁର ସାଇବର ସେଲ୍ ଅଧିକାରୀ ଅକ୍ଷୟ ନାୟକ ଓ ସାଇବର ଥାନା ଅଧିକାରୀ ଅଭିନାସ ରେଡ୍ଡୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏସ୍‌ପି ଉଭୟଙ୍କୁ ପ୍ରଶଂସା କରିଥିଲେ ।

ଏହା ପୂର୍ବରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଗଜ ବେଶ୍ ସହାୟତା ହୋଇଥିଲା । ପ୍ରଥମେ ପୁଲିସ ସହର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲା । ଗେଟ୍ ବଜାରଠାରୁ ଆରମ୍ଭ କରି ଘଟଣା ସ୍ଥଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଲାଗିଥିବା ସିସିଟିଭିରେ ପୁଲିସକୁ ନଜର ଆସିଥିଲା ଗଜ । ଏହାକୁ ପୁଲିସ ଘଟଣାସ୍ଥଳରୁ ହିଁ ଜବତ କରିଥିଲା । ଏହି ଗଜ ସହ ଘଟଣାରେ ବ୍ୟବହାର ହୋଇଥିବା ଖଣ୍ଡା ଅଭିଯୁକ୍ତମାନେ ସାଥିରେ ନେଇ ଆସିଥିଲା । ଆଉ ଏହା ଗଜ ପୁଲିସକୁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚାଇବାରେ ବେଶ୍ ସହାୟକ ହୋଇଥିଲା । ଏହା ପରେ ସିସିଟିଭିରେ ଦେଖାଯାଉଥିବା ଗାଡ଼ି ନମ୍ବରକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ଅଭିଯୁକ୍ତଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକିଂ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ଏହା ପରେ ଘଟଣାର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଲା ।

ପୁଲିସର ଏକ ଟିମ୍ ରାଉରକେଲାରୁ ଘଟଣାର ମୁଖ୍ୟ ସହଯୋଗକାରୀ ଜୟସେନ ସ୍ୱାଇଁଙ୍କୁ କାବୁ କରିଥିଲା । ପରେ ପରେ ସାଗର ଗଙ୍ଗା ସ୍ୱାଇଁଙ୍କୁ ଦିଲ୍ଲୀରୁ ଓ ମିଥୁନ ସ୍ୱାଇଁଙ୍କୁ ପଞ୍ଜାବରୁ ଗିରଫ କରିଥିଲା । ଅଭିଯୁକ୍ତ ସାଗର, ନନ୍ଦନ ଓ କୃଷ୍ଣ ମୃତ ପ୍ରଦୀପଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବାବେଳେ ଜୟସେନ ଏବଂ ମିଥୁନ ଏହି ଦୁଇ ଭାଇ ଘଟଣାର କିଛି ଦୂରରେ ରହିଥିବା ପୁଲିସ କହିଛି । ପ୍ରଦୀପଙ୍କୁ ଆକ୍ରମଣ ପରେ ଅଭିଯୁକ୍ତମାନେ ଏଥିରେ ବ୍ୟବହାର କରିଥିବା ଖଣ୍ଡାକୁ ଗୋକର୍ଣ୍ଣପୁର ପୋଖରୀରେ ଫିଙ୍ଗି ଦେଇଥିଲେ ।

ଏମାନଙ୍କୁ ଗିରଫ କରି ପଚାରଉଚରା ପରେ ପୁଲିସ ଉକ୍ତ ପୋଖରୀରୁ ୨ଟି ଖଣ୍ଡା ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ପୁଲିସର ହୃଦ୍‌ବୋଧ ହୋଇଥିଲା । ଏହା ସହ ଘଟଣାରେ ବ୍ୟବହାର ହୋଇଥିବା କଳା ରଙ୍ଗର ସ୍କୁଟି(ଓଆର୍‌୦୭ଟି-୯୬୮୭), ୩ଟି ଖଣ୍ଡା, ୨ଟି ଗଜ ଓ ୬ଟି ମୋବାଇଲ୍ ଫୋନ ଜବତ କରିଛି । ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଘଟାଇଥିବା ସୁପାରିକିଲର୍‌କୁ ପୁଲିସ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ଏସ୍‌ପି କହିଛନ୍ତି । ଜବତ ଗଡ଼ି ଚୋରି ଗାଡ଼ି ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୁଲିସ କହିଛି । ତଦନ୍ତ ଆଗକୁ ବଢ଼ାଇବା ନିମନ୍ତେ ଅଭିଯୁକ୍ତମାନଙ୍କୁ ୭ ଦିନ ନିମନ୍ତେ ରିମାଣ୍ଡ ପୁଲିସ କୋର୍ଟରେ ଆବେଦନ କରିବ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି ।

ସୂନାଯୋଗ୍ୟ ଯେ ଗତ ୫ ତାରିଖରେ ସକାଳ ୭ଟାରେ ପ୍ରଦୀପ ଗେଟ୍ ବଜାର ଠାରୁ ତାଙ୍କ ଗ୍ରାମ ଲଙ୍ଗଳଦେଈ ଆସୁଥିବା ସମୟରେ ବାଉରୀସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟରେ ତାଙ୍କୁ ହତ୍ୟା କରାଯାଥିଲା । ତାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ପ୍ରଦୀପଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଟାଉନ ଏସ୍‌ଡିପିଓ ବିଷ୍ଣୁ ପ୍ରଶାଦ ପତି ଓ ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପହଞ୍ଚି ମୃତ ପ୍ରଦୀପଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ କିଛି ବ୍ୟକ୍ତି ହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *