ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ମନମୋହନଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ଆଜି ତାଙ୍କୁ ଦିଲ୍ଲୀ ଏମସରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କରୋନା ଟିକାକରଣ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିବାର ଗୋଟିଏ ଦିନ ପରେ ମନମୋହନ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ମନମୋହନ କେତେ ଲୋକଙ୍କୁ ଟିକା ଦିଆଯାଇଛି ତାକୁ ହିସାବ ନକରି ଅଧିକରୁ ଅଧିକ ନାଗରିକଙ୍କୁ ଟିକା ଦେବାକୁ ସରକାର ଉଦ୍ୟମ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ ।

ଏହାସହିତ ଆମେରିକା ଓ ୟୁରୋପରେ ଯେଉଁ ସବୁ କରୋନା ଟିକାକୁ ଅନୁମତି ମିଳିଛି ସେହି ଟିକାକୁ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ୫ଟି ସହରରେ ଲକଡାଉନ୍ ଲାଗୁ କରିବାକୁ ଆହ୍ଲାବାଦ ହାଇକୋର୍ଟ ଆଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *