ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ  ହୃଦଘାତରେ ମୃତ୍ୟୁବରଣ କରିଥିବାର ତାଙ୍କର ପରିବାରବର୍ଗ ସୂଚନା ଦେଇଛନ୍ତି । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ । ଶ୍ରୀ ମହାନ୍ତି ‘ନବରବି’ର ସମ୍ପାଦକ ଥିଲେ । ଏହାଛଡ଼ା ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଅନ୍ତିମ ସମୟରେ ଦୁଇ ପୁତ୍ର ସତ୍ୟକାମ ମହାନ୍ତି ଓ ସବ୍ୟସାଚୀ ମହାନ୍ତି, ଝିଅ ସୋନି ମହାନ୍ତି, ଜ୍ୱାଇଁ ମନୋରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ରାଜନେତା ଶୋକ ସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *