ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ଅନେକ ଦିନ ହେଲା ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଅତି ଜରୁରୀ ହେଲେ ଡିଏଫଓଙ୍କ ଅନୁମତିରେ କର୍ମଚାରୀମାନେ ଛୁଟି ନେଇପାରିବେ । ଏହା ସହ ଛୁଟି ପାଇଁ ପିସିସିଏଫଙ୍କୁ ଛୁଟି ନେଇ ଅବଗତ କରିବାକୁ ପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟର ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଓଡିଶାକୁ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଜଡେକର । ସେ କହିଛନ୍ତି ଯେ, ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଓଡିଶାକୁ ଆସିବ ଓ ବୈଷୟିମ ପରାମର୍ଶ ଦେବ । ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗକୁ ସାହାଯ୍ୟ କରିବ ଟିମ୍ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *