ବୈତରଣୀରେ ବନ୍ୟା ଆଶଙ୍କା : ଏସଆରସି

ଭୁବନେଶ୍ୱର : ଗତକାଲି ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇବା ସହିତ ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଖାସ୍ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି ପଶିଯାଇଛି । ପ୍ରବଳ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ଜଳମଗ୍ନ ରହିଛି । ତେବେ ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଉ କହିଛନ୍ତି ଯେ, ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ଖରାଦିନରେ ବନ୍ୟା ଆସିଥିବାରୁ ଏହାକୁ ନେଇ ବେଶି ବିପଦ ଆଶଙ୍କା କରାଯାଉ ନାହିଁ । ଏହି ପରିପ୍ରେକ୍ଷୀରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଆବଶ୍ୟକ ପଡିଲେ ଲୋକାମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି । ସେହିପରି ବୈତରଣୀ ନଦୀରେ ବାତ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି । ଆନନ୍ଦପୁର ଏବଂ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ । ସେପଟେ ଚାନ୍ଦବାଲିରେ ୪୨୭ ଏବଂ ରାଜନଗରରେ ୪୨୦ ମିଲିମିଟର୍ ବର୍ଷା ହୋଇଛି । ଅନ୍ୟପଟେ ବାତ୍ୟାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଜଣେ ଳେଖାଏଁ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି ଏସଆରସି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *