ବିପଦ ଉପରେ ଜଳକା, କମୁଛି ସୁବର୍ଣ୍ଣରେଖା, ବୈତରଣୀ ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି ବନ୍ୟାସ୍ଥିତି । ବାଲଶ୍ୱରରେ ଜଳକା ନଦୀ ବପଦ ସଙ୍କେତ ଉପରେ ରହିଥିବାବେଳେ ଗୁରୁବାର ଅପେକ୍ଷା ଶୁକ୍ରବାର ଏହାର ଜଳସ୍ତର ହ୍ରାସ ପାଇଛି । ସକାଳ ୬ଟାରେ ଜଳସ୍ତର ୬୬.୪୫ ମିଟର ଥିବାବେଳେ ରାତି ୯ଟା ସୁଦ୍ଧା ଏହା ଖସି ୬.୩୭ ମିଟରରେ ପହଞ୍ଚିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଗତ ୧୧ ତାରିଖରୁ ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ଜଣାପଡ଼ିଛି । ସେପଟେ ସୁବର୍ଣ୍ଣରେଖା ଓ ବୈତରଣୀର ଜଳସ୍ତର ଶୁକ୍ରବାର କମିଛି । ଗୁରୁବାର ଉଭୟ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ଶୁକ୍ରବାର ଏହା କମିଥିବା ନଜରକୁ ଆସିଛି । ସେପଟେ ତଳି ଅଞ୍ଚଳରେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ହଜାର ହଜାର ଲୋକ ଘର ଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳରେ ଥିବା ନଜରକୁ ଆସିଛି । ନଦୀର ଜଳସ୍ତର କମିଲେ ସ୍ଥିତି ସ୍ୱାଭାବିକ ହେବା ଆଶଙ୍କା ରହିଛି । ସେପଟେ ହୀରାକୂଦ ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର କ୍ରମଶଃ ବୃଦ୍ଧିପାଇଥିବା ନଜରକୁ ଆସିଛି । ସକାଳ ୬ଟା ସୁଦ୍ଧା ହୀରାକୂଦରେ ୬୨୯.୦୨ ଫୁଟ୍‌ର ଜଲ ଥିବାବେଳେ ରାତି ୯ଟା ସୁଦ୍ଧା ଏହା ୬୨୯.୨୯ରେ ପହଞ୍ଚିଛି । ସକାଳେ ପ୍ରତିସେକେଣ୍ଡରେ ୯୪,୭୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ରାତି ୯ଟା ବେଳେ ସେକେଣ୍ଡ ପିଛା ୧,୪୦, ୯୮୩ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି ରାତି ୯ଟା ସୁଦ୍ଧା ୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ସେକେଣ୍ଡ ପିଛା ୯୦,୧୫୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଜଳସ୍ତରକୁ ଦେଖି ଇଂଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ ଖୋଲୁଛନ୍ତି ଓ ବନ୍ଦ କରୁଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *