ମେକ୍ସିକୋରେ ପ୍ରବଳ ବର୍ଷା, ଚାଲିଗଲା ୧୬ ଜୀବନ

ମେକ୍ସିକୋ: ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବନ୍ୟା ପରିସ୍ଥିତି ଉପୁଜିଥିଲା । ହସ୍ପିଟାଲରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗରୁତର ହୋଇଛନ୍ତି । ମେକ୍ସିକୋ ସହର ଠାରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ଟୁଲାରେ ଏଭଳି ଅପ୍ରୀତିକର ଅଘଟଣ ଘଟିଛି । ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ପ୍ରଶାସନର ଜରୁରୀକାଳୀନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ରୋଗୀମାନଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ, ଏଠାରେ ୫୬ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଥିଲା । ଏମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋଭିଡ ରୋଗୀ ଥିଲେ । ବନ୍ୟାରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *