ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରକଳ୍ପ ପାଇଁ ମୋଟ ୧.୪୬ ଲକ୍ଷ କୋଟି ଟଙ୍କା ବ୍ୟବବରାଦ ହୋଇଥିବା ବେଳେ ଏଥିରେ ରାଜ୍ୟର ପ୍ରାୟ ୨୭ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ତେବେ ଭୂଷଣ ପାୱାର ଓ ଷ୍ଟିଲର ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ହେବ । ଏଥିପାଇଁ ୫୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ରେଙ୍ଗାଳିରେ ହେବାକୁ ଥିବା ଏହି ପ୍ରକଳ୍ପରେ ୧୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ଏହା ସହ ଟାଟା ଷ୍ଟିଲ କ୍ରୁଡ ଷ୍ଟିଲ ଉତ୍ପାଦନ ସମ୍ପ୍ରସାରଣ ହେବ । ଏଥିରେ ୪୭ ହଜାର ୫୯୯ କୋଟି ନିବେଶ ହେବା ସହ ୪ ହଜାର ୬୨୫ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଜିନ୍ଦଲର ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ହେବ । ଏଥିରେ ୨୪ ହଜାର ୬୨୫ କୋଟି ନିବେଶ ହେବବା ସହିତ ହଜାରେ ଲୋକଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ ଜିନ୍ଦଲର ମୋଟ ନିବେଶ ୧ ଲକ୍ଷ କୋଟି ଅତିକ୍ରମ କରିଛି । ବିଶ୍ୱର ଗୋଟିଲ ସ୍ଥାନରେ ସର୍ବାଧିକ ନିବେଶ ଓଡ଼ିଶାକୁ ଆସିଛି । ରୁଙ୍ଗଟା ମାଇନ୍ସର ସମନ୍ୱିତ ଷ୍ଟିଲପ୍ଲାଣ୍ଟର ସମ୍ପ୍ରସାରଣ ହେବ । ଢେଙ୍କାନାଳରେ ୧୧ ହଜାର କୋଟି ଟଙ୍କା ନିବେଶ ହେବ , ଯେଉଁଥିରେ ୬ ହଜାର ୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏହା ସହ କେନ୍ଦୁଝରରେ ରୁଙ୍ଗଟା ମାଇନ୍ସର ଇସ୍ପାତ ପ୍ରକଳ୍ପର ସମ୍ପସାରଣ ହେବ । ଏଥିରେ ୭,୯୨୦ କୋଟି ନିବେଶ ହେବା ସହ ୫,୧୩୪ ଜଣ ନିଯୁକ୍ତି ପାଇବେ । ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ମିଲିୟନ ଟନ୍ ଉତ୍ପାଦନ ରାସ୍ତାରେ ରହିଛି ଓଡ଼ିଶା । ୨୦୦୦ ବେଳକୁ ୨ ଏମଟି, ୨୦୨୦ ବେଳକୁ ୨୦ ଏମଟି ଉତ୍ପାଦନ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *