ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ

ଚିତ୍ରକୋଣ୍ଡା : ମାଲକାନଗିରି ବାଲିମେଳା ଜଳ ଭଣ୍ଡାରରେ ଅଘଟଣା । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବାକୁଳି ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇ ଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ରହିଛି । ସକାଳେ ଏକ ମାଛଧରା ଡଙ୍ଗାରେ କିଛି ଲୋକ ଦାମୋଦରବେଡ଼ାରୁ ଓରାପଦର ଫେରୁଥିଲେ । ଦିନ ୧୦ଟା ବେଳେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୧୧ ଜଣ ଥିଲେ । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *