କଳା ପଡ଼ିଗଲା କାମେଙ୍ଗ ନଦୀର ଜଳ : ମରିଗଲେ ହଜାର ହଜାର ମାଛ

ଇଟ୍ଟାନଗର : ଭାରତ ବିରୋଧରେ ପୁଣି ଷଡ଼ଯନ୍ତ୍ର କରୁଛି ଚୀନ୍ ? ହାତରେ ନମାରି ଭାତରେ ମାରିବାକୁ ଚାହୁଁଛି ? ସବୁ ଠିକଠାକ୍ ଥିବା ବେଳେ ହଠାତ୍ କଳା ପଡ଼ିଗଲା ଅରୁଣାଚଳ ପ୍ରଦେଶର କାମେଙ୍ଗ ନଦୀର ଜଳ । ଫଳରେ ନଦୀରେ ଥିବା ହଜାର ହଜାର ମାଛ ମରି ଉପରେ ଭାସୁଛନ୍ତି । ତେବେ ନଦୀର କଳା ଜଳ ଓ ଭାସୁଥିବା ମଲା ମାଛ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି । ଆଉ ଏନେଇ ତୁରନ୍ତ ପ୍ରଶାସନକୁ ଖବର କରାଯାଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନଦୀ ଜଳ କିମ୍ବା ମାଛ ନ ଖାଇବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି । ସ୍ଥାନୀୟ ପ୍ରଶାସନ ଏହି ଘଟଣାର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟର ସେପ୍ପାରେ ହଜାର ହଜାର ମାଛ ମରିପଡ଼ିଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟଜୀବୀ ଅଧିକାରୀ ହାଲି ତାଜୋ । ନଦୀ ଜଳର ଟିଡିଏସ ବୃଦ୍ଧି ପାଇଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ଜଳର ଟିଡିଏସ ବୃଦ୍ଧି କାରଣରୁ ରଙ୍ଗ କଳା ପଡ଼ି ଯାଇଥିଲା । ଜଳରେ ଟିଡିଏସ୍ ବୃଦ୍ଧି ହେତୁ ଶ୍ୱାସକ୍ରିୟାରେ ଅସୁବିଧା ଭୋଗିଥାଇ ପାରନ୍ତି ଜଳଜାତୀୟ ଜୀବ । ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାସାରେ ନଦୀ ଜଳରେ ଥିବା ଟିଡିଏସ୍ ଲିଟର ପିଛା ୬.୮୦୦ ମିଗ୍ରା ଥିଲା । ସାଧାରଣ ନଦୀ ଜଳରେ ଯେତିକି ଟିଡିଏସ୍ ରହିବା କଥା, ତାଠାରୁ ଲିଟର ପିଛା ୩୦୦-୧୨୦୦ ମିଗ୍ରା ଠାରୁ ଅଧିକ ଥିଲା । ପୂର୍ବ ସିଆଙ୍ଗ ଜିଲ୍ଲାର ପାସିଘାଟର ସିଆଙ୍ଗ ନଦୀ ଜଳ ମଧ୍ୟ ନଭେମ୍ବର ୨୦୧୮ରେ କଳା ପଡ଼ି ଯାଇଥିଲା । ବର୍ତ୍ତମାନ କାମେଙ୍ଗ ନଦୀର ଜଳ କଳା ହେବା ପଛରେ ଚୀନ୍‌ର ଷଡଯନ୍ତ୍ର ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ନଦୀ ନିକଟରେ ଥିବା ଅଞ୍ଚଳରେ ଚୀନ୍‌ର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଅଭିଯୋଗ ହୋଇଛି । ଏହି କାରଣରୁ ପାଣିରେ ଟିଡିଏସ ବୃଦ୍ଧି ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *