ପ୍ରଥମରୁ ୫ମ କ୍ଲାସ୍ : ବିକଳ୍ପ ବ୍ୟବସ୍ଥାରେ ହେବ ପାଠପଢ଼ା

ଭୁବନେଶ୍ୱର : ରାଜ୍ୟରେ ୮ମରୁ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଖୁବ୍‌ଶୀଘ୍ର ୬ଷ୍ଠ ଏବଂ ୭ମ ଶ୍ରେଣୀ ଲାଗି ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହେବ । ମାତ୍ର ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କେବେ ହେବ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଉନଥିବା ବେଳେ ଅନ୍‌ଲାଇନ୍ ପାଠପଢ଼ାରୁ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରୁନାହାନ୍ତି । ଏପରିକି ପ୍ରାୟ ୬୦% ପିଲା ଅନ୍‌ଲାଇନ୍ ପାଠପଢ଼ାରୁ ପରୋକ୍ଷରେ ବଞ୍ôଚତ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୭ ଲକ୍ଷ ୭୧ହଜାର ୨୪୯ । ତେବେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଗଣଶିକ୍ଷା ବିଭାଗ ଚିନ୍ତିତ ରହିଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେଣୁ ଏହି ପିଲାଙ୍କ ପାଠପଢ଼ା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଗୁଣାତ୍ମକ କରିବା ଲାଗି ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅପରପକ୍ଷେ ରାଜ୍ୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ୩୬ହଜାର ୭୦ଟି ପ୍ରାଥମିକ ସ୍କୁଲ୍ ରହିଛି ।

ଏହି ପ୍ରାଥମିକ ସ୍କୁଲଗୁଡିକରେ ମୋଟ୍ ୧ ଲକ୍ଷ ୩୦ ହଜାର ୫୧୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ତେବେ ଏଥିରୁ ୧୧୨୨ଟି ପ୍ରାଥମିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ରହିଥିବା ବେଳେ ୨୪୦୯୮ ସ୍କୁଲରେ ୨ଜଣ ଲେଖାଏଁ ଶିକ୍ଷକ ଏବଂ ୪୭୦ଟି ପ୍ରାଥମିକ ସ୍କୁଲରେ ୫ରୁ ଅଧିକ ଶିକ୍ଷକ ରହିଛନ୍ତି । ରାଜ୍ୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ରହିଥିବା ବେଳେ ବିକଳ୍ପ ବ୍ୟବସ୍ଥାରେ ଶିକ୍ଷାଦାନ ଲାଗି କୌଣସି ସମସ୍ୟା ରହିବ ନାହିଁ । ତେବେ ବିକଳ୍ପ ବ୍ୟବସ୍ଥାରେ କିପରି ଶିକ୍ଷାଦାନ କରାଯିବ ତା’କୁ ନେଇ ବିଚାର ବିମର୍ଶ ଚାଲିଛି । ରାଜ୍ୟରେ କରୋନା ସମସ୍ୟାକୁ ନଜର ଦେଇ ଶିକ୍ଷାଦାନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି । ଖୁବ୍‌ଶୀଘ୍ର ୬ଷ୍ଠରୁ ଶ୍ରେଣୀ ପାଠପଢ଼ା ଆରମ୍ଭ ମଧ୍ୟ ହେବ । ମାତ୍ର ପ୍ରଥମରୁ ୫ମ ପର୍ଯ୍ୟନ୍ତ କ୍ଲାସ ପାଠପଢ଼ା ଜାନୁଆରୀ ପରେ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସ୍ଥିତିରେ ଏବେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଏବଂ ହ୍ୱାଟ୍‌ସ ଆପ୍ ମାଧ୍ୟମରେ ପିଲାଙ୍କୁ ପଢ଼ାଯିବ ।

ଅଭିଭାବକଙ୍କୁ ମୋବାଇଲରେ ବିଷୟ ଏବଂ ପ୍ରଶ୍ନୋତ୍ତର ପଠାଯିବ । ସେହିପରି ୪ର୍ଥ ଏବଂ ୫ମ ଶ୍ରେଣୀ ଲାଗି ଶିକ୍ଷକମାନେ ଦୈନିକ ଅନ୍‌ଲାଇନ୍‌ରେ ପାଠପଢ଼ାଇବେ । ଯେଉଁ ପିଲାଙ୍କ ଲାଗି ମୋବାଇଲ ବା ଇଣ୍ଟରନେଟ୍ ସମସ୍ୟା ରହିଛି, ସେହି ପିଲାମାନଙ୍କୁ କିପରି ପଢ଼ାଯିବ ଏବଂ ଏକାଡେମିକ କ୍ୟାଲେଣ୍ଡର ଅନୁସାରେ କୋର୍ସ ଶେଷହେବ ସେଥିଲାଗି ସ୍କୁଲର ପ୍ରଧାନଶିକ୍ଷକ ବ୍ୟବସ୍ଥା କରିବେ । ଏପରିକି ଆବଶ୍ୟକସ୍ଥଳେ ଜାନୁଆରୀ ପରେ ଯଦି ସ୍କୁଲ ଖୋଲେ, ତେବେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସ୍ୱତନ୍ତ୍ର ଭାବେ ଉଜ୍ୱଳ-ଉତ୍‌ଥାନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ । ସ୍ୱତନ୍ତ୍ର ପଦ୍ଧତିରେ ପିଲାଙ୍କୁ ପଢ଼ାଯାଇ ସେମାନଙ୍କ ଶ୍ରେଣୀ ଅନୁସାରେ ସେମାନଙ୍କୁ ଅପ୍‌ଡେଟ କରାଯିବ । ଏପରିକି ଆସନ୍ତା ବର୍ଷ ଖରାଦିନ ଛୁଟି କରାଯିବନାହିଁ । ସେହି ସମୟରେ ପିଲାଙ୍କୁ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟକୁ ରିଭିଜନ ଭାବେ ପଢ଼ାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *