ବିବାହ ମଣ୍ଡପରେ ପ୍ରେମିକାକୁ ଗୁଳି ମାରିଲା ପ୍ରେମିକ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ : ପ୍ରେମକୁ ନେଇ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି । କେଉଁଠି ପ୍ରେମିକା ନିଜର ପ୍ରେମିକକୁ ନପାଇ ଆତ୍ମହତ୍ୟା କରୁଛି ତ କେଉଁଠି ପ୍ରେମିକ ପ୍ରେମିକା ବିରହରେ ପ୍ରତିଶୋଧ ପରାୟଣ ହୋଇଯାଉଛି । ଏପରି ଏକ ଘଟଣା ଦେଖାଯାଇଛି ଗୁରୁଗ୍ରାମରେ । ଏଠାରେ ଜଣେ ପ୍ରେମିକ ତା’ର ପ୍ରେମିକାକୁ ନପାଇ ମଣ୍ଡପରେ ଗୁଳି ମାରିବା ସହ ନିଜକୁ ଗୁଳି କରି ହତ୍ୟା କରିଛି । ତେବେ ଉଭୟଙ୍କ ମଧ୍ୟରେ ଏକ ତରଫା ପ୍ରେମ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଏକ ତରଫା ପ୍ରେମର ବିଷମ ପରିଣତି । ପ୍ରେମିକାର ଅନ୍ୟତ୍ର ବିବାହ ଠିକ ହେବାରୁ ମଣ୍ଡପକୁ ଆସି ପ୍ରେମିକା ଉପରକୁ ଗୁଳି ଚଳାଇଲା ପ୍ରେମିକ । ପରେ ନିଜକୁ ଗୁଳିମାରି ହତ୍ୟା କରିଥିବା ଏମିତି ଜଣେ ହତାଶ ପ୍ରେମିକ ହେଉଛନ୍ତି ବିକି (୨୫) । ସେ ଗୁରୁଗ୍ରାମ ସୋହନାରେ ରୁହନ୍ତି । ଭିକି ହେଉଛନ୍ତି ଉକ୍ତ ଝିଅର ଚାଚିଙ୍କର ନିଜ ଭାଇ । ବିକ ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି । ସୂଚନା ଅନୁଯାୟୀ, ବିକି ଉକ୍ତ ଝିଅକୁ ଏକ ତରଫା ପ୍ରେମ କରୁଥିଲେ । ହେଲେ ଝିଅ ଜଣକ ବିକଙ୍କୁ ଭଲ ପାଉନଥିଲେ । ପରିବାର ଲୋକେ ଝିଅର ବିବାହ ଅନ୍ୟତ୍ର ଠିକ୍ କରିଦେବାରୁ ବିକି ପ୍ରତିଶୋଧ ପରାୟଣ ହୋଇଯାଇଥିଲେ । ମଙ୍ଗଳବାର ପ୍ରାୟ ୩ଟାବେଳେ ବିକି ପୂଜା ମଣ୍ଡପରେ ପହଞ୍ଚି ଅଚାନକ ଝିଅର ଗୋଡ଼କୁ ଗୁଳି ମାରିଥିଲେ । ପରେ ନିଜ ଉପରକୁ ଗୁଳି ମାରିଥିଲେ । ପରିବାର ଲୋକେ ବିକିକୁ ହସପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅଟିର ଗୋଡ଼ରେ ଗୁଳି ବାଜିଥିବାରୁ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *