ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ : ଆଜି ଅପରାହ୍ନରେ ଶ୍ରୀନଗରର ଏକ ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଘଟଣା ପରେ ଡାକ୍ତରଖାନା ଏବଂ ଏହାର ହଷ୍ଟେଲଗୁଡ଼ିକୁ ଘେରାବନ୍ଦୀ କରାଯାଇଛି । ତେବେ ଆତଙ୍କବାଦୀମାନେ ଏହି ଅଞ୍ଚଳରେ ଉପସ୍ଥିତ ଥିବା ସାଧାରଣ ନାଗରିକଙ୍କ ସୁଯୋଗ ନେଇ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ ବୋଲି ପୋଲିସ କହିଛି । ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ଯବାନ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବେମିନାର ଏସକେଆଇଏମଏସ ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆଜି ଅପରାହ୍ନରେ ଗୁଳି ବିନିମୟ ହୋଇଥିଲା । ତେବେ ସାଧାରଣ ନାଗରିକଙ୍କ ଉପସ୍ଥିତିର ସୁଯୋଗ ନେଇ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ ବୋଲି ଶ୍ରୀନଗର ପୋଲିସ ଟ୍ୱିିଟ୍ କରି କହିଛନ୍ତି । ଏହି ଗୁଳିବିନିମୟ ଘଟଣାରେ ଜଣେ ସାଧାରଣ ନାଗରିକ ଗୁରୁତର ହୋଇ ଏବେ ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *