ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ

କଟକ: ପୂଜା ପୂର୍ବରୁ ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତ । ଆଜି ସ୍ପଷ୍ଟ ଦିବାଲୋକାରେ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ୍ କରି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପୁଲିସ ଏହି ଘଟଣାରେ ତନଘନା ଆରମ୍ଭ କରିଥିଲେ ବି ଲୁଟେରାମାନଙ୍କ ଟେର୍ ପାଇପାରିନାହିଁ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜଗତପୁରଥାନା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମର ଅୟସକାନ୍ତ ସାହୁ ନାମକ ଜଣେ ଯୁବକ ବ୍ୟାଙ୍କର ଫ୍ରାଞ୍ଚେଇଜି ନେଇ ଟଙ୍କା କାରବାର କରନ୍ତି । ତେବେ ଅପରାହ୍ନରେ ସେ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାବା ସହ ଫାଙ୍କା ଗୁଳିଚାଳନା କରିଥିଲେ ।

ଫଳରେ ଭୟଭିତ ହୋଇଥିବା ଅୟସକାନ୍ତଙ୍କଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୨୯ ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ବାଇକ୍‌ରେ ଚମ୍ପଟ ମାରିଥିଲେ । ଖବରପାଇ ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର କୁମାର ମେହେରଙ୍କ ସହ ପାଗା ଫାଣ୍ଡି ଅଧିକାରୀ ରୋହିତ ବଳ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ମାତ୍ର ଲୁଟେରାଙ୍କ ସଂପର୍କରେ କୌଣସି ସୂଚନା ପୁଲିସ ଏପର୍ଯ୍ୟନ୍ତ ପାଇପାରିନାହିଁ । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ସହ ପ୍ରତ୍ୟେକ୍ଷର୍ଶୀଙ୍କ ବୟାନକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *