କେୟାର୍ ହୋମରେ ଲାଗିଲା ଭୟଙ୍କର ନିଆଁ, ଜୀବନ୍ତ ଜଳିଗଲେ ୯ଜଣ

ବୁଲଗେରିଆ: ବୁଲଗେରିଆର ଏକ ନର୍ସିଂ ହୋମରେ ନିଆଁ ଲାଗିବା ଫଳରେ ୯ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଚିକିସାôଧୀନ ଥିବା ୯ଜଣ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି । ଦମକଳ ବିଭାଗର ପ୍ରମୁଖ ସୂଚନା ଦେଇ କହିଛନ୍ତି ଯେ, ଏହି ନିଆଁ ରୋୟାକ୍ ଗାଁର ଏକ ପୁରୁଣା ସ୍କୁଲ ଭବନରେ ଲାଗିଯାଇଥିଲା । ଯାହାକି କିଛି ଦିନ ପୂର୍ବେ ବୃଦ୍ଧା-ବୃଦ୍ଧଙ୍କ ଯତ୍ନ ନେବା ପାଇଁ ପ୍ରସ୍ତୁତ ନେବା ପାଇଁ କରାଯାଇଥିଲା । ସେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ନିଆଁ ଲାଗିବା ସମୟରେ ସେଠାରେ ୫୮ଜଣ ଉପସ୍ଥିତ ଥିଲେ ଓ ସେମାନଙ୍କ ମଧ୍ୟରୁ ୯ଜଣଙ୍କ ପ୍ରାଣ ଚାଲିଯାଇଛି । ତେବେ ଏହି କେୟାର୍ ହୋମରେ ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ହେଲେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡ଼ି ନାହିଁ । ସେ ନେଇ ଅଧିକାରୀମାନେ କୌଣସି ସୂଚନା ଦେଇନାହାନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *