ପରିବହନ ଗୋଦାମରେ ବିସ୍ଫୋରଣ, ଚାଲିଗଲା ୩ ଜୀବନ, ୪ ଗୁରୁତର

ବାଙ୍ଗାଲୁରୁ: ବେଙ୍ଗାଲୁରୁର ପରିବହନ ଗୋଦାମରେ ବିସ୍ଫୋରଣ । ନୂଆ ତରାଗୁପେଟ ଅଞ୍ଚଳରେ ଥିବା ଏକ ପରିବହନ ଗୋଦାମରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଦକ୍ଷିଣ ଡେପୁଟି କମିସନର ହରିଶ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିସ୍ଫୋରଣ ଏକ ପମ୍ପ ଚର ଦୋକାନ ପାଖରେ ଥିବା ପରିବହନ ଗୋଦାମରେ ଘଟିଛି । ସେ କହିଛନ୍ତି ଯେ, ଏହି ବିସ୍ଫୋରଣ ଗୋଦାମ ଭିତରେ ଥିବା କିଛି ରାସାୟନିକ ପାଇଁ ହୋଇଛି । ଯାହା ଏକ ଶିଳ୍ପ ସାମଗ୍ରୀ ଥିଲା । ଏଠାରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାୟ ୮୦ଟି ବକ୍ସ ଗଚ୍ଛିତ ହୋଇ ରଖାଯାଇଥିଲା । ୮୦ଟି ମଧ୍ୟରୁ କେତୋଟି ବକ୍ସ ବିସ୍ଫୋରଣରେ ଜଳିଯାଇଛି, ତାହା ଯାଞ୍ଚ କରିବାକୁ ପଡିବ ବୋଲି ଶ୍ରୀ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଶ୍ରମିକ ବକ୍ସର ପରିଚାଳନା ଦାୟିତ୍ୱରେ ଥିଲେ। ସିଲିଣ୍ଡର ବିସ୍ଫୋରଣ କି ବାଣ କିମ୍ବା ସର୍ଟ ସର୍କିଟ ଦ୍ୱାରା ଏହି ବିସ୍ଫୋରଣ ହୋଇନାହିଁ । ବିସ୍ଫୋରଣ ପଛର କାରଣ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *