ସେବାୟତମାନଙ୍କ ପାଇଁ ଆର୍ଥିକ ସହାୟତା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଲକଡାଉନ ଯୋଗୁଁ ସବୁକିଛି ଠପ୍ ହୋଇ ପଡିଛି । ଗରିବ ଲୋକମାନଙ୍କ ଠାରୁ ଆରମ୍ଭ କରି ମଧବିତ୍ତ ଶ୍ରେଣୀ, ବ୍ରାହ୍ମଣ, ସେବାୟତ ଆଦିଙ୍କ ପରିବାର ଉପରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହାରି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୪୬୩ ସେବାୟତ ପରିବାରକୁ ୨ କୋଟି ୪୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ସହାୟତା ପ୍ରଦାନ କରାଯାଇଛି । ଏପ୍ରିଲ ମାସରୁ ପାଳିଆଙ୍କୁ ମଧ୍ୟ ଦୁଇଗୁଣା ପୁରସ୍କାର ରାଶି ଦିଆଯିବ । ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *