ଏହି ରାଜ୍ୟରେ ବ୍ୟାପୁଛି ଅଜଣା ଜ୍ୱର ଆତଙ୍କ : ଶତାଧିକ ଶିଶୁ ମେଡିକାଲ୍‌ରେ ଭର୍ତ୍ତି

ପଶ୍ଚିମବଙ୍ଗ: କରୋନା, ଡେଙ୍ଗୁ ଏବଂ ନିପା ପରେ ଦେଶରେ ଆଉ ଏକ ଭାଇରସ ବ୍ୟାପିବାରେ ଲାଗିଛି । ପଶ୍ଚିମବଙ୍ଗରେ ଏକ ନୂତନ ଜ୍ୱର ଏହାର କାୟା ମେଲାଇବାରେ ଲାଗିଛି । ପଶ୍ଚିମବଙ୍ଗ ଅନ୍ତର୍ଗତ ଜଲପାଇଗୁଡି ଜିଲ୍ଲାରେ ଏହି ଅଜଣା ଜର ତାର ଆତଙ୍କ ଖେଳାଇବାରେ ଲାଗିଛି । ଇନଫ୍ଲୁଏଞ୍ଜା ପରି ଲକ୍ଷଣ ରହିଥିବା ଏହି ଜ୍ୱରରେ ୧୩୦ ଜଣ ଶିଶୁ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରାୟ ୧-୪ ବର୍ଷ ବୟସର ଶିଶୁମାନେ ଏହି ରୋଗର ଶିକାର ହୋଇଛନ୍ତି । ଦେହରେ ଉତ୍ତାପ ଆସିବା ସହିତ କଫ ଏବଂ କାଶ ପରି ଲକ୍ଷଣ ମଧ୍ୟ ରହୁଛି । ସମସ୍ତ ଆକ୍ରାନ୍ତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୋଭିଡ ପରୀକ୍ଷଣ ମଧ୍ୟ କରାଯାଉଛି ।

୮୦-୯୦ ପ୍ରତିଶତ ଆକ୍ରାନ୍ତଙ୍କ ଆଣ୍ଟିଜେନ ଟେଷ୍ଟ ହୋଇ ସାରିଥିବା ବେଳେ ଏହା ମଧ୍ୟରୁ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା ଅଧିକ ପରୀକ୍ଷଣ ଚାଲିଥିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଜଣା ଜ୍ୱରରେ ଗ୍ରାମର ଶିଶୁଙ୍କ ଅବସ୍ଥା ଜ୍ୱରରେ ଗୁରୁତର ଥିବା ଜଣାଯାଇଛି । ସେମାନଙ୍କୁ ବଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଜ୍ୱର ଦ୍ରୁତ ଗତିରେ ବ୍ୟାପୁଛି । ପିଲାମାନଙ୍କ ବ୍ୟତୀତ ବଡମାନେ ବି ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । ଗତ କିଛି ଦିନ ହେଲା ଗ୍ରାମରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜ୍ୱର ହେଲେ ପେଟ୍‌ଲେଟ୍ କମି ଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *