ଝିଅ ଜନ୍ମଦିନରେ ବାପା, ମା’ଙ୍କ ସଙ୍କଳ୍ପ : ଜୀବଦଶା ପରେ ଦାନକରିବେ ମରଶରୀର

ଗଞ୍ଜାମ : ମୃତ୍ୟୁ ପରେ ତାଙ୍କ ମରଶରୀର ସତ୍କାର କରାଯିବ ନାହିଁ, ସମାଜର ହିତ ପାଇଁ ଉତ୍ସର୍ଗୀକୃତ ହେବ । ଚିକିତ୍ସା ବିଜ୍ଞାନର ଗବେଷଣାରେ ତାଙ୍କ ମରଶରୀର କାର୍ଯ୍ୟରେ ଲାଗିବ । ଝିଅର ଜନ୍ମଦିନ ଉତ୍ସବ ପାଳନ ଅବସରରେ ଏଭଳି ସଙ୍କଳ୍ପ ନେଇଛନ୍ତି ଦିଗପହଣ୍ଡି ଏଲ୍‌ଏନ ନଗରରେ ରହୁଥିବା ସମାଜସେବୀ ଲଲାଟେନ୍ଦୁ ପ୍ରଧାନ ଓ ତାଙ୍କ ସ୍ତ୍ରୀ ନମିତା ପାତ୍ର । ଏଭଳି ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ପାଇଁ ଆଜି ସେମାନେ ଦିଗପହଣ୍ଡିରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । କେବଳ ଏତିକି ନୁହେଁ ଝିଅ ସନ୍‌ମୀରାଙ୍କ ଦ୍ୱତୀୟ ଜନ୍ମଦିନ କାର୍ଯ୍ୟକ୍ରମ ଅବସରରେ ରକ୍ତଦାନ, ବୃକ୍ଷରୋପଣ, କରୋନା ଯୋଦ୍ଧାଙ୍କୁ ସମ୍ମାନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏଭଳି ଏକ ନିଆରା ଓ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ବହୁ ପ୍ରଶାସନିକ ଅଧିକାରୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ଆତ୍ମିୟ ସ୍ୱଜନ ଯୋଗ ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଆଦିତ୍ୟ କୁମାର ସ୍ୱାଇଁ, ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିବାଶିଷ ସାହୁ, ଅବକାରୀ ଅଧିକାରୀ ଅଭିରାମ ସାହୁଙ୍କ ସମେତ ବହୁ ସମାଜସେବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ଖେମୁଣ୍ଡି ସ୍ୱେଛାକୃତ ରକ୍ତଦାତା ସଂଘର ଭି.ଧର୍ମାରାଜୁ, ହରପ୍ରସାଦ ରଥ, ତପନ କୁମାର ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *