ବଜ୍ରପାତରେ ବାପ ମୃତ, ଝିଅ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅନନ୍ତ ଶବର । ସେ କାନ୍ଦୁଲ ଲଗାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଥିବା ତାଙ୍କ ଝିଅ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । କିଛି ଦିନ ପୂର୍ବେ ଝାଡ଼ଖଣ୍ଡରେ ମଧ୍ୟ ବଜ୍ରପାତ ହୋଇଥିଲା । ଏଥିରେ ଏକାଥରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଝାଡ଼ଖଣ୍ଡ ଦୁମକା ତଥା ରାମଗଡ଼ ଜିଲ୍ଲାରେ ମଙ୍ଗଳବାର ଘଟିଥିଲା । ବଜ୍ରପାତରେ ଜଣେ ନାବାଳକ ସମେତ ପାଞ୍ଚ ଜଣ ପ୍ରାଣ ହରାଇଥିଲେ । ଏହାସହ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ମସଲିନା ଥାନା ଅନ୍ତର୍ଗତ କୁଞ୍ଜବନ ଗାଁରେ ବଜ୍ରପାତ ଯୋଗୁଁ ଶିବଶଙ୍କର ମୁର୍ମୁ ନାମକ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ସମୟରେ ନିଜର ଦୁଇ ବନ୍ଧୁଙ୍କ ସହ ପଡ଼ିଆରୁ ଘେରାଏ ବୁଲି ବାହାରିଥିିବା ସମୟରେ ଏପରି ଦୁଃଖଦ ଘଟଣା ଘଟିଥିଲା । ସେହିପରି ଶିବଶଙ୍କର ଅନ୍ୟ ଦୁଇ ବନ୍ଧୁ ବଜ୍ରାଘାତ ଯୋଗୁଁ ବେହାସ ହୋଇ ଯାଇଥିଲେ । ଅନ୍ୟପଟେ କାଠକୁଣ୍ଡ ଥାନା ଅଞ୍ଚଳର କୋଡ଼ିଆ ଗାଁରେ ୨୮ ବର୍ଷିୟ ପ୍ରବୀଣ ଚିକୁ ନାକମ ବ୍ୟକ୍ତି ଘର ଅଗଣାରେ ଥିବାବେଳେ ବଜ୍ରପାତରେ ଜୀବନ ହାରିଛନ୍ତି । ଏତେ ଜୋରରେ ବଜ୍ରପାତ ହୋଇଥିଲା ଯେ, ତାଙ୍କ ସ୍ତ୍ରୀ କିଛି ଘଣ୍ଟା ଧରି ଦାଣ୍ଡ ଦୁଆରେ ବେହାସ ପଡ଼ି ରହିଥିଲେ । ସ୍ଥାନୀୟ ଅଧିକାରୀ କହିଛନ୍ତି ପୋଷ୍ଟମୋଟର୍ମ ପରେ ଉଭୟଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *