ମାଟି ତଳୁ ମିଳିଲା ମୃତଦେହ, ପୁଅକୁ ମାରି ଜଙ୍ଗଲରେ ପୋତି ଦେଇଥିଲା ବାପା

ବାଲିଗୁଡ଼ା: ପୁଅକୁ ମାରି ଜଙ୍ଗଲରେ ପୋତି ଦେଇଥିଲା ବାପା । ଘଟଣା ସ୍ଥଳରୁ ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ଆଜି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହ ଉଦ୍ଧାର କରିଛି । ପୋଲିସ ତଦନ୍ତ କରି ହତ୍ୟାକାରୀ ବାପା ଭୁସ୍କର ପୂଜାରୀକୁ ଗିରଫ କରିଛି । ପାଙ୍ଗୁରୁମିଲା ଗାଁର ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣଶି କାରଣରୁ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା । ପ୍ରତିଶୋଧ ପରାୟଣ ହୋଇ ବାପା ଭୁସ୍କର ପୂଜାରୀ ଗତ ୧୪ ତାରିଖ ବିଳମ୍ବିତ ରାତିରେ ପୁଅ ଚୈତନ୍ୟକୁ ହତ୍ୟା କରି ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟିତଳେ ପୋତି ଦେଇଥିଲା । ଏନେଇ ଅଭିଯୋଗ ପରେ ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *