ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ବାପା-ଝିଅ ମୃତ

ନୂଆପଡ଼ା: ପୋଖରୀରେ ଗାଧୋଇବା ହେଲା କାଳ । ଆଜି ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ୫ ବର୍ଷ ଝିଅ ଓ ବାପାଙ୍କ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଏନଏସିର ସାଲେଭଟା ଗାଁରେ । ଗାଁଲୋକ ମାନେ ପୋଖରୀରୁ ଉଭୟ ବାପା ଓ ଝିଅଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି । ଗାଧୋଇବାକୁ ଯାଇ ଅନେକ ସମୟ ଧରି ନଫେରିବାରୁ ଲୋକମାନେ ଖୋଜାଖୋଜି କରିଥିଲେ । ତେବେ ଖୋଜାଖୋଜି କରିବା ଯିବା ସମୟରେ ଗାଁଲୋକ ମାନେ ପୋଖରୀ କୂଳରେ ଗାମୁଛା ଓ ଚପଲ ଦେଖିବାକୁ ପାଇଥିଲେ । ପରେ ସେମାନଙ୍କ ସନ୍ଦେହ ହୋଇଥିଲା । ତେବେ ଯାହା ସୂଚନା ରହିଛି ଝିଅକୁ ବୁଡ଼ି ଯାଉଥିବା ଦେଖି ବାପା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ଏହି ସମୟରେ ପାଣିରେ ବୁଡ଼ି ବାପା ବି ପ୍ରାଣ ହରାଇଥିବା କୁହାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *