ଜୱାଦ ଦୁଃଖ: ଜୀବନ ହାରିଲେ ଚାଷୀ

ପାତ୍ରପୁର: ପାତ୍ରପୁର ବ୍ଳକ୍ ତୁରୁବୁଡି ପଞ୍ଚାୟତ ଉଲୁମା ଗ୍ରାମର ଜଣେ ଭାଗଚାଷୀ ଜୱାଦ ବର୍ଷାରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବାରୁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ଉଲୁମା ଗ୍ରାମର କୈଳାଶ ଶବର (୫୫) । କୈଳାଶ ଜଣେ ବ୍ୟକ୍ତିଙ୍କର ପ୍ରାୟ ଦୁଇ ଏକର ଜମିରେ ଧାନ ଚାଷ ଓ କିଛି ଭରଣ ଜମିରେ ପନିପରିବା ଚାଷ କରିଥିଲେ । ଚଳିତ ବର୍ଷ ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ କାଙ୍କଡ ସହ ଟମାଟୋ, ବାଇଗଣ ଆଦି ପନିପରିବା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଜି କୈଳାଶ ବଜାରକୁ କିଛି ପନିପରିବା ବିକ୍ରି କରିବାକୁ ଯାଇ ଘରକୁ ଫେରିଥିଲେ । ପରେ କୀଟନାଶକ ଔଷଧ ପିଇ ଦେଇଥିବା ପରିବାର ଲୋକ କହିଛନ୍ତି । ପରିବାର ଲୋକେ ଜାଣି ତାଙ୍କୁ ସଙ୍ଗେ ସଙ୍ଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ କୈଳାଶଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ପଦ୍ମା ଶବର କହିଛନ୍ତି । ଘଟଣା ସ୍ଥଳରେ ଜରଡ଼ା ପୁଲିସ୍ ପହଞ୍ôଚ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତହସଲିଦାର ଅମିତ କୁମାର ନାୟକ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚ ପରିବାରଙ୍କୁ ଭେଟି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି । କୈଳାଶଙ୍କର ୪ ପୁଅ ଚକା (୨୫), କୃଷ୍ଣ (୧୭), ଅଞ୍ଚଳ (୧୪) ଓ ଚନ୍ଦନ (୧୨) ଅଛନ୍ତି । ଏକମାତ୍ର ରୋଜଗାର କରୁଥିବା ଘରର ମୁଖ୍ୟଙ୍କ ମୃତ୍ୟୁ ପରେ ପରିବାର ଏକ ପ୍ରକାର ଅସହାୟ ହୋଇପଡ଼ିଛନ୍ତି । କିପରି ଚଳିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *