ନିୟମ ଭାଙ୍ଗିବାରେ ରେକର୍ଡ ସୃଷ୍ଟି କଲେ ଫରୀଦ

ହାଇଦ୍ରାବାଦ: ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଗାଡି ଚାଳକଙ୍କୁ ନିସ୍ତାର ମିଳୁନି । ଟ୍ରାଫିକ ପୋଲିସ ନଜରରୁ ବର୍ତ୍ତିଗଲେ ମଧ୍ୟ ସିସିଟିଭି କ୍ୟାମେରା ନଜରରୁ ବର୍ତ୍ତିବା ଆଉ ସହଜ ହେଉ ନାହିଁ । ଏଭଳି ସ୍ଥଳେ ନିୟମ ଭାଙ୍ଗିଲେ ତୁରନ୍ତ ଗାଡି ନମ୍ବରରେ ଚାଲାଣ କଟୁଛି । କିନ୍ତୁ ହାଇଦ୍ରାବାଦ ଟ୍ରାଫିକ ପୋଲିସ ଏମିତି ଜଣେ ଗାଡି ଚାଳକଙ୍କୁ ଧରିଛି ଯାହାଙ୍କ ନା’ରେ ଏବେ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଛି । ହାଇଦ୍ରାବାଦରେ ନିୟମିତ ଟ୍ରାଫିକ ଚେକିଂ ଚାଲୁଥିବା ବେଳେ ଯେଉଁ ବ୍ୟକ୍ତିଙ୍କୁ ଟ୍ରାଫିକ ପୋଲିସ ଧରିଛି ତାଙ୍କ ନା’ରେ ଗତ ୭ ବର୍ଷ ମଧ୍ୟରେ ୧୧୭ ଥର ଚାଲାଣ କଟିଛି । କିନ୍ତୁ ଉକ୍ତ ବ୍ୟକ୍ତିଜଣକ ଚାଲାଣ କଟିବା ପରିବର୍ତ୍ତେ ପୋଲିସକୁ ବାରମ୍ବାର ଚକମା ଦେବାରେ ସଫଳ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଏବେ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ନା’ରେ ପ୍ରାୟ ୩୦ ହଜାର ଟଙ୍କାର ଜରିମାନା ରହିଛି ।

ସୂଚନା ଅନୁଯାୟୀ, ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫରୀଦଙ୍କୁ ଧରିଥିଲା ଟ୍ରାଫିକ ପୁଲିସ । ଆଉ ଗାଡିର ପଞ୍ଜୀକରଣ କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଫରୀଦଙ୍କ ନା’ ୧୧୭ ଥର ଚାଲାଣ କଟାଯାଇଛି ଏବଂ ୨୯,୭୨୦ ଟଙ୍କାର ଜରିମାନା ଦେବାକୁ ବାକି ରହିଛି । ଫରୀଦ ଖାନ୍ ଲଗାତାର ଟ୍ରାଫିକ ନିୟମ ଭାଙ୍ଗୁଥିଲେ । ଆଉ ପ୍ରତିଥର ତାଙ୍କ ଗାଡି ନା’ରେ ଚାଲାଣ କଟୁଥିଲା । କେତେବେଳେ ବିନା ହେଲମେଟରେ ତ ପୁଣି କେତେବେଳେ ଅନ୍ୟ ଉପାୟରେ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ଫରୀଦ୍ । କିନ୍ତୁ ୭ ବର୍ଷ ହେବ ଯେତେ ଚାଲାଣ କଟାଯାଇଛି ସେ ବାବଦକୁ ଟଙ୍କାଟିଏ ବି ଜରିମାନା ଦେଇନାହାନ୍ତି ଫରୀଦ । ଏହା ଜଣାପଡିବା ପରେ ଏବେ ଫରୀଦଙ୍କ ସ୍କୁଟିକୁ ଜବତ କରିଛି ପୁଲିସ । ଏହାସହ ଚାଲାଣ ବାବଦକୁ ବକେୟା ପଡିଥିବା ଟଙ୍କା ପୈଠ କରି ସ୍କୁଟି ନେବାକୁ କୁହାଯାଇଛି । କିନ୍ତୁ ଫରୀଦଙ୍କ ପକ୍ଷରୁ ଏଯାଏଁ ଚାଲାଣ ବାବଦକୁ କୌଣସି ଟଙ୍କା ଦିଆଯାଇନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *