ବନ୍ଦ ପଡ଼ିଥିବା ୨୭୩ଟି ସ୍କୁଲ ଶୀଘ୍ର ନଖୋଲିଲେ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡିବ : ଆପ୍

ବରଗଡ: ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବି କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର କୁପ୍ରଭାବ ପଡ଼ିବ ବୋଲି ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଦପ୍ତରରେ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡ୍ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ସ୍ୱାଭାବିକ ଆଡକୁ ଯାଉଥିବା ବେଳେ ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ ବିଷୟରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗୋଟିଏ ପଟେ ଉଚ୍ଚ ନ୍ୟାୟାଳୟ ସମସ୍ତ ବିଦ୍ୟାଳୟକୁ ସ୍ୱାଭାବିକ ଭାବେ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇ ଏହାର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପ୍ରତି କାର୍ଯ୍ୟ କରିବାକୁ କହିଛନ୍ତି , କିନ୍ତୁ ପରିତାପର ବିଷୟ ଯେ, ରାଜ୍ୟ ସରକାର ଏହି ଆଦେଶକୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଛନ୍ତି ଏବଂ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବଳବତ୍ତର ରଖିବାକୁ ଅଡ଼ି ବସିଛନ୍ତି ।

ବରଗଡ଼ ଜିଲ୍ଲାର ଏହି ପ୍ରାଥମିକ ବିଦ୍ୟାଳୟରେ ଗରିବ, ଖଟିଖିଆ, ଚାଷୀ, ମୂଲିଆ ଶ୍ରେଣୀର ଲୋକଙ୍କ ପିଲାମାନେ ପାଠ ପଢ଼ନ୍ତି । ଏହି ସ୍କୁଲ ବନ୍ଦ ହେଲେ ଛାତ୍ର ଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା ବଢିବ ଓ ପାଠ ପଢା ବାଧା ପ୍ରାପ୍ତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଏଣୁ ସମସ୍ତ ସ୍କୁଲ୍‌କୁ ସମ୍ପୂର୍ଣ୍ଣ ଭାବେ ଖୋଲି ଶିକ୍ଷାଦାନ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରି ବାକୁ ଦାବି ହୋଇଛି । ଯଦି ସରକାର ଉଦାସୀନ ରହିବେ ତାହାଲେ ଗଣତାନ୍ତ୍ରିକ ଉପାୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଅଭିଭାବକମାନେ କହିଛନ୍ତି । ଏହାର ଏକ ନକଲ ରାଜ୍ୟ ନିର୍ବାଚନ ଆୟୋଗ ପାଖକୁ ପଠା ଯାଇଛି । ଗାଈସିଲେଟ, ବିଜେପୁର, ଭଟଲି, ବରଗଡ଼ ଓ ବରପାଲି ବ୍ଲକର ବିଭିନ୍ନ ସ୍କୁଲରୁ ଅଭିଭାବକ ମାନେ ଆସିଥିଲେ । ବିରେନ୍ଦ୍ର କୁମ୍ଭାର, ହିମାଂଶୁ ଭୁଏ, ରୂପନନ୍ଦ ଆମରି, ନରୋତ୍ତମ ବାଗ, ଅଶୋକ ବାରିକ, ଉମାକାନ୍ତ ଭୁଏ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *