Fabindia accelerates its decade-long journey to take Odisha’s handicrafts to the world

ଓଡ଼ିଶାର ହସ୍ତତନ୍ତକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ଦଶନ୍ଧି ଲମ୍ବା ଯାତ୍ରାକୁ ତ୍ୱରାନ୍ୱିତ କରିଛି ଫ୍ୟାବ୍‌ଇଣ୍ଡିଆ

 କାରିଗରଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ରାଜ୍ୟରୁ ବର୍ଦ୍ଧିତ ବର୍ଗର ହସ୍ତତନ୍ତ ବିକାଶ ଓ ସଂଗ୍ରହ ଜାରି ରଖିବାକୁ କଂପାନି ଲକ୍ଷ୍ୟ ରଖିଛି
ଭୁବନେଶ୍ୱର: ଅସଲି, ନିରନ୍ତର ଏବଂ ଭାରତୀୟ ପାରମ୍ପରିକ ଜୀବନଶୈଳୀ ଉତ୍ପାଦ ଉପରେ ଗୁରୁତ୍ୱାରୋପ କରୁଥିବା ୬୨ ବର୍ଷ ପୁରୁଣା ଗ୍ରାହକ ଜୀବନଶୈଳୀ ପ୍ଲାଟଫର୍ମ ଫ୍ୟାବ୍‌ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସମଗ୍ର ଓଡ଼ିଶାରେ ଆଂଚଳିକ ଉପସ୍ଥିତି ଓ ରାଜ୍ୟରେ ୩୬୦୦ କାରିଗରଙ୍କ ନେଟ୍‌ୱର୍କକୁ ସୁଦୃଢ଼ କରାଯାଇଛି । ଏକ ସାର୍ବଜନୀନ ଉଦ୍ଦେଶ୍ୟ ଏବଂ ତାହା ସହ ଖାପଖାଉଥିବା ମୂଲ୍ୟବୋଧ କିଭଳି ସମାନତା ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ପ୍ରଭାବ ସୃଷ୍ଟି କରିପାରେ ତାହା ଏହି ଗୋଷ୍ଠୀ ପ୍ରଦର୍ଶିତ କରିିଛି ।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ଜରିଆରେ ଫ୍ୟାବ୍‌ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଏକ ଗୋଷ୍ଠୀ ମାଲିକାନା ଭିତିକ କଂପାନି ଗଠନ କରାଯାଇଛି ଏବଂ ଏକ ଘରୋଇ ସରକାରୀ ସହଭାଗିତା କଂପାନି ଓଡ଼ିଶା ଆର୍ଟିସନ୍ସ ଆଣ୍ଡ୍ ୱିଭର୍ସ ଲିମିଟେଡ୍ (ଓଏଡବ୍ଲୁଏଲ୍‌) ଗଠନ କରାଯାଇଛି । ୨୦୧୧ରେ ଗୋପାଳପୁରରେ ପ୍ରଥମ କ୍ଲଷ୍ଟର (ପୁଂଜ) ଗଠନ କରିବା ପରେ ଏବେ ବରଗଡ଼, କଟକ, ଭୁବନେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, ଗୋପାଳପୁର, ନୂଆପାଟଣା ଆଦିରେ କ୍ଲଷ୍ଟର ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । (କ) ରାଜ୍ୟରେ କଳାକୃତି ଚିହ୍ନଟ, (ଖ) ଡିଜାଇନ୍‌, ଗୁଣାତ୍ମକ ମାନ, ବ୍ୟବସାୟ
ଆର୍ଥିକ, ଡିଜିଟାଲ ସାକ୍ଷରତା ଉପରେ କାରିଗରମାନଙ୍କ ଦକ୍ଷତାରେ ଉନ୍ନତି, (ଗ) ଏକ ବଜାର ଆଭେନ୍ୟୁ ସୃଷ୍ଟି କରିବା, (ଘ) ୧୨ ସୋପାନ ବିଶଷ୍ଟ ହସ୍ତକଳା ପୁଂଜ ବିକାଶ ଓ ଜୀବିକା ପ୍ରଭାବ (ସିଡିଏଲ୍‌ଆଇ) କାର୍ଯ୍ୟକ୍ରମ ଆଦିକୁ ନେଇ ପ୍ରତିଟି କ୍ଲଷ୍ଟରର ବିକାଶ ପ୍ରକ୍ରିୟା ପାଇଁ ୨-୩ ବର୍ଷ ସମୟ ଲାଗିଛି । ଫ୍ୟାବ୍ ଇଣ୍ଡିଆ ଲିମିଟେଡ୍‌ର ମାର୍କେଟ୍ ରିଜିଅନ୍‌ସ ହେଡ୍‌ ଶ୍ରୀଯୁକ୍ତ କେ ପି ରାଜେନ୍ଦ୍ରନ କହିଛନ୍ତି ଯେ, “ଓଡ଼ିଶାର ହସ୍ତକଳା ଓ ପରମ୍ପରାକୁ ବଜାୟ ଓ ପ୍ରାସଙ୍ଗିକ ରଖିବା ଲାଗି ରହିଥିବା ଲକ୍ଷ୍ୟର ଅଂଶ ପାଲଟିଥିବା ହଜାର ହଜାର କାରିଗର, ବୁଣାକାର ଏବଂ ଗୋଷ୍ଠୀଗୁଡ଼ିକ ପ୍ରତି ଆମେ ଫ୍ୟାବଇଣ୍ଡିଆର ଅଭିବୃଦ୍ଧି ଓ ସଫଳତାକୁ ସମର୍ପିତ କରୁଛୁ । ନିଜେ ପଢ଼ିଲେ ସମସ୍ତ ଅଂଶୀଦାର ବଢ଼ିବେ ଓ ସମୃଦ୍ଧ ରହିବାକୁ ନିଶ୍ଚିତ କରିବା ଲାଗି ଫ୍ୟାବ୍‌ଇଣ୍ଡିଆ ପ୍ରତିବଦ୍ଧ ରହିଛି ।’’
ଓଡ଼ିଶାରୁ ସଂଗ୍ରହ କରାଯାଉଥିବା କିଛି ସ୍ୱତନ୍ତ୍ର ହସ୍ତକଳା ମଧ୍ୟରେ ସାମିଲ ରହିଛି ଇକତ୍ ଶାଢ଼ି, ଇକତ୍ ଦୁପଟ୍ଟା, ଇକତ ଷ୍ଟୋଲ୍‌, ଟସର, ଟସର ଗ୍ରିଛା, କୋରିଆ ଚାଇନା, କପା ଇକତ୍ ଫ୍ୟାବ୍ରିକ୍‌, କପା ବୁଣା ଫ୍ୟାବ୍ରିକ୍‌, ପେପର ମାଚେ ଓ ସବାଇ ଘାଷ/ ଖଜୁରୀ ତାଳ ଏବଂ ଗୋଲ୍‌ଡେନ୍ ଗ୍ରାସ୍‌, ପଟ୍ଟଚିତ୍ର ସହ ତାଳପତ୍ର, କାଠ ପଟ୍ଟଚିତ୍ର/ କାଠ ପଥର ପଟ୍ଟଚିତ୍ର, ପଥର ଉତ୍ପାଦ, ସୌରା ଚିତ୍ରକଳା, ଢ଼ୋକ୍ରା କାଷ୍ଟିଂ/ ଢୋକ୍ରା ଗଡଣା ଓ ତାରକସୀ ଗହଣା । ବରଗଡ଼ରୁ ଫ୍ୟାବ୍‌ଇଣ୍ଡିଆ ସହ ଯୋଡ଼ି ହୋଇଥିବା କାରିଗର
ଶ୍ରୀଯୁକ୍ତ ମକରଧ୍ୱଜ ମେହେର ନିଜ ଅଭିଜ୍ଞତା ବର୍ଣ୍ଣନା କରି କହିଛନ୍ତି ଯେ, “ମୁଁ ମକରଧ୍ୱଜ ମେହେର । ଓଡ଼ିଶା ଆର୍ଟିସନ୍ସ ଏବଂ ଉଇଭର୍ସ ଲିମିଟେଡ୍‌ (ଫ୍ୟାବଇଣ୍ଡିଆ) ସହିତ ଦୀର୍ଘ ୧୦ ବର୍ଷ ହେବ ବେପାର କରିଆସୁଛି । ମୁଁ କଟନ ଶାଢ଼ି, ଦୁପଟା ଏବଂ କପଡ଼ା ବିକ୍ରି କରେ । ଆଗରୁ ମୋତେ ବେପାର ପାଇଁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିବା । ଏବେ ଓଡ଼ିଶା ଆର୍ଟିସନ (ଫ୍ୟାବଇଣ୍ଡିଆ) ଆସିବା ପରେ ତାଙ୍କୁ ଜିନିଷ ବିକିବାରୁ ମୋର ସମୟ ନଷ୍ଟ ହେଉନାହିଁ । ଏଠି ବେପାର କରିବାରୁ ମୋର ଜୀବନଶୈଳୀ ମଧ୍ୟ
ପରିବର୍ତନ ହୋଇଛି । ମୁଁ ଭଲ ରୋଜଗାର କରିପାରୁଛି ଏବଂ ଭଲ ଜୀବନଯାପନ କରୁଛି । ଆଶା କରୁଛି କି ଓଡ଼ିଶା ଆର୍ଟିସନ
(ଫ୍ୟାବଇଣ୍ଡିଆ) ସହିତ ବେପାର କରି ମୁଁ ଉପକୃତ ହେବି ।’’ବରଗଡ଼ରୁ ଫ୍ୟାବ୍‌ଇଣ୍ଡିଆ ସହ ଯୋଡ଼ି ହୋଇଥିବା ଅନ୍ୟ ଜଣେ କାରିଗର ଶ୍ରୀଯୁକ୍ତ ଚର୍ତୁଭୂଜ ମେହେର କହିଛନ୍ତି ଯେ, “ମୁଁ ଚର୍ତୁଭୂଜ ଦାସ । ଓଡ଼ିଶା ଆର୍ଟିସନ୍ ଏବଂ ଉଇଭର୍ସ ଲିମିଟେଡ୍ (ଫ୍ୟାବଇଣ୍ଡିଆ) ସହିତ ଦୀର୍ଘ ୧୦ ବର୍ଷ ହେବ ବେପାରରେ ଜଡ଼ିତ । ଆଗକୁ ଆମକୁ ଜିନିଷ ବିକିବାକୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିଲା । କିନ୍ତୁ ଓଡ଼ିଶା ଆର୍ଟିସନ (ଫ୍ୟାବଇଣ୍ଡିଆ) ଆସିବା ପରେ ଆମେ ମାଲ ଏଠି ବିକ୍ରି କରିପାରୁଛୁ । ଏଠି ବେପାର କରିବାରୁ ଆମ ଜୀବନଶୈଳୀ ମଧ୍ୟ ପରିବର୍ତନ ହୋଇଛି । ଆମେ ଭଲ ରୋଜଗାର କରିପାରୁଛୁ ଏବଂ ଭଲ ଜୀବନଯାପନ କରୁଛି ଏବଂ
ଆଶା କରୁଛୁ କି ଓଡ଼ିଶା ଆର୍ଟିସନ (ଫ୍ୟାବଇଣ୍ଡିଆ) ସହିତ ଆଗକୁ ମଧ୍ୟ ବେପାର କରି ଆମେ ଉପକୃତ ହେବୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *