ଜମି ନଦେବାରୁ ପରିବାରକୁ ବହିଷ୍କାର : ସମାଜକୁ ଫେରିବା ପାଇଁ ସର୍ତ୍ତ, ଜୋତା ମୁଣ୍ଡରେ ରଖ, ଗୋମୂତ୍ର ପିଅ

ଭୋପାଳ : ଜଣେ ପରିବାର ମନ୍ଦିର ପାଇଁ ଜମି ନଦେବାରୁ ପଞ୍ଚାୟତ ସେମାନଙ୍କୁ ଗାଁରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । ପରିବାରରେ ହେବାକୁ ଥିବା ବିବାହଠୁ ନେଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସମାଜର କୌଣସି ବି ବ୍ୟକ୍ତି ସାମିଲ୍ ହେବେ ନାହିଁ । ସମାଜର ଅନ୍ୟ ଲୋକେ ମଧ୍ୟ ଏହି ପରିବାର ସହିତ ସଂପର୍କ ରଖିବାକୁ ମନା କରି ଦେଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ମଧ୍ୟ ପ୍ରଦେଶର ଗୁନାରେ ଘଟିଛି । ପଞ୍ଚାୟତର ନିଷ୍ପତ୍ତି ଅନୁଯାୟୀ, ପରିବାରକୁ ସମାଜକୁ ପୁଣି ଥରେ ମିଶିବାକୁ ହେଲେ ଜୋତା ମୁଣ୍ଡରେ ରଖିବାକୁ ପଡିବ । ପଗଡିକୁ ପାଦ ତଳେ ରଖିବାକୁ ପଡିବ । ଏପରିକି ଗୋ ମୂତ୍ର ପିଇବାକୁ ହେବ । ପୁରୁଷଙ୍କୁ ନିଜ ଦାଢି କାଟିବାକୁ ପଡିବ । ପଞ୍ଚାୟତର ଏହି ଜୁଲୁମ ବିରୋଧରେ ଶିବାଜୀନଗରରେ ରହୁଥିବା ପୀଡିତ ପରିବାର ମଙ୍ଗଳବାର ଜଣ ଶୁଣାଣି ସମୟରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏହା ପରେ ଯାଇ ଏହି ମାମଲା ସାମ୍ନାକୁ ଆସିଛି । ଅଭିଯୋଗକାରୀ ହୀରାଲାଲ ଘୋଷି କହିଛନ୍ତି, ତାଙ୍କ ପରିବାର ପ୍ରାୟ ୪୦୦୦ ବର୍ଗଫୁଟ୍ ଜମି ମନ୍ଦିର ପାଇଁ ଦାନ କରିଛନ୍ତି । ଏବେ ଗ୍ୱାଲ ସମାଜର ପଞ୍ଚାୟତ ତାଙ୍କ ଉପରେ ପୂରା ଜମି ମନ୍ଦିରକୁ ଦେଇ ଦେବାକୁ ଚାପ ପକାଉଛନ୍ତି । ଏହି ଜମିରେ ହୀରାଲାଲ ଏବଂ ତାଙ୍କ ଭାଇଙ୍କ ଘର ରହିଛି । ହୀରାଲାଲଙ୍କ କହିବା ଅନୁଯାୟୀ, ଏବେ ସମାଜର ଲୋକ ପୂରା ଜମି ଦାବି କରୁଛନ୍ତି । ନିରନ୍ତର ତାଙ୍କ ପରିବାର ଉପରେ ଚାପ ପକାଯାଉଛି ।

ଜିଲ୍ଲାପାଳ ଫ୍ରାଙ୍କ ନୋବେଲ କହିଛନ୍ତି, ଏସଡିଏମଙ୍କୁ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୀରାଲାଲ କହିଛନ୍ତି, ଗ୍ୱାଲ ସମାଜ ପଞ୍ଚାୟତ ଡକାଇ ତାଙ୍କ ପରିବାରକୁ ବହିଷ୍କାର କରିଛନ୍ତି । ସେମାନଙ୍କୁ ସମାଜର କୌଣସି ବି କାର୍ଯ୍ୟରେ ସାମିଲ୍ ହେବାକୁ ଦିଆଯାଉ ନାହିଁ । ପଞ୍ଚାୟତ ଜମି ପୂରା ଦେଇ ଦେବାକୁ ସମୟ ଦେଇଥିଲେ । ହେଲେ ଦାବି ନମାନିବାରୁ ସମାଜ ଆମ ପରିବାର ସହ ସମ୍ପର୍କ କାଟି ଦେଇଛି । ମେ ମାସରେ କରୋନାରେ ଭାଇର ମୃତ୍ୟୁ ଘଟିଲା । ଅନ୍ତିମ ସଂସ୍କାରରେ ସମାଜର କୌଣସି ବି ଲୋକେ ଆସିଲେନି । ଘରେ ବିବାହ କାର୍ଯ୍ୟକ୍ରମ ଥିଲା, ସେଥିରେ ବି ସମାଜର ଲୋକେ ଦୂରେଇ ରହିଲେ ବୋଲି ହୀରାଲାଲ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *