ବିବାହ ଦିନ ପରୀକ୍ଷା ଦେଲେ କନ୍ୟା

ନୂଆଦିଲ୍ଲୀ: ବିବାହ ଦିନ ସବୁ ବର ଏବଂ କନ୍ୟାଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ବିବାହରେ କରାଯାଉଥିବା ସବୁ କର୍ମ ଦୁହିଁଙ୍କ ପାଇଁ ଖାସ୍ ହୋଇଥାଏ । କିନ୍ତୁ ଏବେ ସମୟ ବଦଳିବା ସହ ଲୋକଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଏବେ ଲୋକମାନେ ନିଜର ପ୍ରାଥମିକତା ଏବଂ ଉତ୍ତରଦାୟୀତ୍ୱ ପ୍ରତି ଜାଗୃତ ହୋଇଛନ୍ତି । ଏହିଭଳି ଗୁଜରାଟରେ ଜଣେ କନ୍ୟା ନିଜ ପ୍ରାଥମିକତାକୁ ଗୁରୁତ୍ୱ ଦେଇ ବିବାହ ଦିନରେ ବି ପରୀକ୍ଷା ଦେବାକୁ ବିବାହ ବସ୍ତ୍ରରେ ପହଞ୍ଚିଥିଲେ । ତାଙ୍କୁ ବିବାହ ବସ୍ତ୍ରରେ ଦେଖି ସେଠାରେ ଥିବା ପରୀକ୍ଷାର୍ଥୀ ଏବଂ ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ କନ୍ୟା ଜଣକ ନିଜ କାହାଣୀ କହିଥିଲେ ।

ଏହାଦ୍ୱାରା ସମସ୍ତେ ତାଙ୍କର ନିଷ୍ପତ୍ତିରେ ପ୍ରଭାବିତ ହୋଇଥିଲେ । ଗୁଜରାଟର ରାଜକୋଟର ଶିବାଙ୍ଗୀ ନିଜର ସେମିଷ୍ଟାର ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ସେ ବ୍ୟାଚଲର ଅଫ ସୋସିଆଲ ୱାର୍କର ୫ମ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି । ସେ ପରୀକ୍ଷା ଦେଉଥିବାର ଭିଡିଓ ଏବେ ଶୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ଏନେଇ ଶିବାଙ୍ଗୀ କହିଛନ୍ତି ଯେ ଯେତେବେଳେ ତାଙ୍କର ବିବାହ ସ୍ଥିର ହୋଇଥିଲା ସେତେବେଳେ ପରୀକ୍ଷା ତାରିଖ ଘୋଷଣା ହୋଇନଥିଲା ଏବଂ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଜଣାପଡ଼ିଥିଲା ଯେ ତାଙ୍କ ବିବାହ ଦିନ ତାଙ୍କର ପରୀକ୍ଷା ରହିଛି । ତେବେ ସେ କିନ୍ତୁ ନିଷ୍ପତ୍ତି ନେଇଥିଲେ ପରୀକ୍ଷା ବି ଦେବେ ଏବଂ ବିବାହ ବି କରିବେ । ଏହାପରେ ସେ ତାଙ୍କର ପରିବାର ଏବଂ ଶ୍ୱଶୁର ଘର ଲୋକଙ୍କ ଅନୁମତି ନେଇ ପରୀକ୍ଷା ଦେଇଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *