ଫିନାଇଲ୍ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ :  ବିଗ ବସ୍ କନ୍ନଡର ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତ୍ରୀ ଚୈତ୍ରା କୋଟୁର ଏପ୍ରିଲ୍ ୮ ତାରିଖ ଦିନ ଫିନାଇଲ୍ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ସମୟରେ ଅଭିନେତ୍ରୀ ଜଣକ କୋଲାର ସ୍ଥିତ ଘରେ ଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣାପଡିଛି । ବିଗ ବସ୍ କନ୍ନଡ ସିଜନ୍ ୭ର ଏହି ପ୍ରତିଯୋଗୀ ଜଣକ ତାଙ୍କ ଶାଶୂ ଘର ଲୋକଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଗତ ମାସରେ ସେ ବିଜନେସମ୍ୟାନ୍ ନାଗାର୍ଜୁନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ସେ ମନ୍ଦିରରେ ବିବାହ କରିଥିବା ବେଳେ ନାଗାର୍ଜୁନଙ୍କ ପରିବାର ଲୋକେ ଏହି ବିବାହ ପାଇଁ ସ୍ୱୀକୃତି ନଦେବା ସହ ତାଙ୍କୁ ଆପଣାଇବା ପାଇଁ ରାଜି ହୋଇନଥିଲେ । ରିପୋର୍ଟ ଅନୁଯାୟୀ, ଚୈତ୍ରା ନିଜ ବୟାନରେ କହିଛନ୍ତି ଯେ ନାଗାର୍ଜୁନଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତେବେ ଏହି ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *