Essar pledges to make substantial investment in the state of Odisha

ଏସାର ପକ୍ଷରୁ ଓଡ଼ିଶାରେ ଉଲ୍ଲେଖନୀୟ ପୁଂଜିନିବେଶ କରିବାକୁ ସଂକଳ୍ପ

 ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ରେ ଶ୍ରୀଯୁକ୍ତ ପ୍ରଶାନ୍ତ ରୁଇୟାଙ୍କ ଯୋଗଦାନ ଏବଂ ଓଡ଼ିଶା ପାଇଁ ଏସାରର ନିବେଶ
ଯୋଜନା ଉନ୍ମୋଚନ
 ପେଲେଟାଇଜିଂ କମ୍ପେ୍ଲକ୍ସ ଓ କ୍ରୁଡ୍ ଟୁ ପେଟ୍ରୋକେମିକାଲ୍‌ କମ୍ପେ୍ଲକ୍ସରେ ନିବେଶ କରିବ
ଭୁବନେଶ୍ୱର: ଏସାର୍ କ୍ୟାପିଟାଲ୍‌ର ନିର୍ଦେଶକ ଶ୍ରୀଯୁକ୍ତ ପ୍ରଶାନ୍ତ ରୁଇୟା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣରେ ଯୋଗ ଦେଇଛନ୍ତି ଏବଂ ଓଡ଼ିଶା ପାଇଁ ଏସାର୍‌ର ନିବେଶ ଯୋଜନା ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶା ସରକାରଙ୍କ ଏହି ପ୍ରମୁଖ ନିବେଶ ସମ୍ମିଳନୀରେ ବ୍ୟବସାୟ ଜଗତର ପ୍ରମୁଖ ନେତୃତ୍ୱ ଓ ଅତିଥିଙ୍କ ସହ ଶ୍ରୀଯୁକ୍ତ ରୁଇୟା ଯୋଗ ଦେଇଛନ୍ତି ।
ଏହି ସମ୍ମିଳନୀକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି ।
ଓଡ଼ିଶାରେ ଅନେକ ପ୍ରକଳ୍ପ ସ୍ଥାପନ କରିବାକୁ ଏସାର୍ ଯୋଜନା ରଖିଛି । ଏଥିରେ ସାମିଲ ରହିଛି ୧୨,୦୦୦ କୋଟି ଟଙ୍କା ବିନିଯାଗରେ ଏକ ୧୪ ଏମ୍‌ଟିପିଏ କ୍ଷମତାର ରପ୍ତାନି ଭିତିକ ପେଲେଟାଇଜିଂ କମ୍ଲେକ୍ସ ସ୍ଥାପନ କରିବା । ସେଥିରେ ସାମିଲ ରହିଥିବା ପ୍ରକଳ୍ପଗୁଡ଼ିକ ହେଉଛି କେନ୍ଦୁଝରରେ ଲୁହାପଥର ଫାଇନ୍ସ ବେନିଫିକେସନ ପ୍ଲାଂଟ୍‌, ପାରାଦୀପରେ ଏକ ପେଲେଟ୍‌
ପ୍ଲାଂଟ୍ ଏବଂ ୨୫୦ କିମିର ସ୍ଲରି ପାଇପ୍‌ଲାଇନ୍ । ଏହା ବତୀତ ଆନ୍ତର୍ଜାତିକ ସଂସ୍ଥା ସହଯୋଗରେ ଏସାର ପକ୍ଷରୁ ୪୦,୦୦୦ କୋଟି ଟଙ୍କା ବିନିଯୋଗରେ ୭.୫ ଏମ୍‌ଏମ୍‌ଟିପିଏର କ୍ରୁଡ୍ ଟୁ ପେଟ୍ରୋକେମିକାଲ୍ କମ୍ପେ୍ଲକ୍ସ (ସିଟିସି) ସ୍ଥାପନ କରିବାର ମଧ୍ୟ ପ୍ରସ୍ତାବ ରହିଛି । କନ୍‌କ୍ଲେଭ୍‌କୁ ସମ୍ବୋଧିତ କରି ଏସାର୍ କ୍ୟାପିଟାଲ୍‌ର ନିର୍ଦେଶକ ଶ୍ରୀଯୁକ୍ତ ପ୍ରଶାନ୍ତ ରୁଇୟା କହିଛନ୍ତି ଯେ, “ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ବ୍ୟାପୀ ଓଡ଼ିଶା ସହିତ ଏସାରର ଲମ୍ବା ସମ୍ପର୍କ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକଙ୍କ ଚମତ୍କାର ନେତୃତ୍ୱରେ ଓଡ଼ିଶା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଏବଂ ପ୍ରଶଂସନୀୟ ଶିଳ୍ପ ଓ ସାମାଜିକ ବିକାଶ ହାସଲ କରିଛି । ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ସଂଖ୍ୟାଧିକ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି ଏବଂ ଦ୍ରୁତ, ବ୍ୟାପକତା ଭିତିକ ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଦ୍ୱାରା ଏହା ସମ୍ଭବପର ହୋଇପାରିଛି ।

ଏକ ୧୨ ଏମ୍‌ଟିପିଏର ଲୁହା ପଥର ପେଲେଟ୍ ପ୍ଲାଂଟ୍ ଏବଂ ୨୦୦୯ରେ ପାରାଦୀପକୁ ଏକ ୨୬୦ କିମି ସ୍ଲରି ପାଇପଲାଇନ୍ ସ୍ଥାପନ କରିବା ଲାଗି ଏସାରର ଅଗ୍ରଗାମୀ ପୁଂଜିନିବେଶ, ଧାତବ ଓ ଖଣିଜ କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ହେବା ଏବଂ ପୂର୍ଣ୍ଣ ସୁଯୋଗ ହାସଲ କରିବାରେ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା ବୋଲି ଶ୍ରୀଯୁକ୍ତ ରୁଇୟା କହିଛନ୍ତି ।’’ କିଛି ବର୍ଷ ଭିତରେ ସାରା ଭାରତରେ ଏସାର୍ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଗ୍ରିନ୍ ଫିଲ୍ଡ ପ୍ରକଳ୍ପ ବିକାଶ କରିଛି । ବ୍ୟାପକ ଅଭିଜ୍ଞତା ଥିବାରୁ ଏହି
ସମ୍ମାନଜନକ ପ୍ରକଳ୍ପଗୁଡ଼ିକ ଲାଗି ଓଡ଼ିଶାକୁ ପସନ୍ଦର ସ୍ଥଳ ଭାବେ ଏସାର ଚୟନ କରିଛି । “ରାଜ୍ୟର ବିକାଶ ଲାଗି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଏବଂ ଚମତ୍କାର ଆଭିମୁଖ୍ୟ ଯୋଗୁ ପୂର୍ଣ୍ଣ ସମର୍ଥନ, ତ୍ୱରିତ ମଂଜୁରି ଏବଂ ନିବେଶକମାନଙ୍କ ପାଇଁ ଦେଖାଦେବାକୁ ଥିବା ସମ୍ଭାବ୍ୟ ଯେକୌଣସି ଆହ୍ୱାନର ତ୍ୱରିତ ପ୍ରତ୍ୟକ୍ଷ ସମାଧାନ ନିଶ୍ଚିତ ହୋଇପାରିଛି
ବୋଲି ଶ୍ରୀଯୁକ୍ତ ରୁଇୟା କହିଛନ୍ତି ।’’ ଏସାର ନିକଟରେ ଏହାର ଆସେଟ୍ ମନେଟାଇଜେସନ୍ କାର୍ଯ୍ୟକ୍ରମକୁ ସମ୍ପାଦନ
କରିଥିବା ବେଳେ ୨୫ ନିୟୁତ ଡଲାରର (୨,୦୦,୦୦୦ କୋଟି ଟଙ୍କା) ଋଣ ପରିଶୋଧ କରିଥିବରୁ ଭାରତୀୟ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଠାରୁ ଏହା ଋଣ ମୁକ୍ତ ହୋଇପାରିଛି । କଂପାନି ଏବେ ନୂଆ ସଂପତି ଗଠନ କରିବା ଲାଗି ପୁନଃ ନିବେଶ କରିବା ଏବଂ ଅଧିକ ପ୍ରଭାବୀ, ସଦ୍ୟତମ ତଥା କାର୍ବନ ନିଉଟ୍ରାଲ୍‌ ନୂଆ ପିଢ଼ିର ପ୍ରଯୁକ୍ତି ସହ ଭାରତ ଓ ବିଦେଶରେ ଥିବା ବ୍ୟବସାୟକୁ ସୁଦୃଢ଼ କରିବାକୁ ଚାହୁଁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *