ଦୀପାବଳି ପୂର୍ବରୁ ୬ କୋଟି ମିଳିପାରେ ଉପହାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଦେବାକୁ ଯାଉଛି ଖୁସି ଖବର । ପାର୍ବଣ ପୂର୍ବରୁ ପିଏଫ୍ ଆକାଉଣ୍ଟଧାରୀଙ୍କ ଖାତାକୁ ୮.୫ ପ୍ରତିଶତ ଦରରେ ସୁଧ ମିଳିପାରେ । ଇପିଏଫ୍ ପ୍ରତ୍ୟେକ ଆର୍ଥିକ ବର୍ଷରେ ପିଏଫ୍ ଜମା ଉପରେ ସୁଧ ଘୋଷଣା କରେ । ଚଳିତ ଆର୍ଥିକ ବର୍ଷରେ ଇଫିଏଫ୍ ୮.୫ ପ୍ରତିଶତ ହାରରେ ସୁଧ ଦେବାକୁ ଘୋଷଣା କରିଛି । ଇପିଏଫର କେନ୍ଦ୍ରୀୟ ବୋର୍ଡ ସୁଧ ବୃଦ୍ଧିକୁ ଅନୁମୋଦନ କରିଛି । ଏବେ ଏହା ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ଅପେକ୍ଷାରେ ରହିଛି । ରିପୋର୍ଟ ଅନୁସାରେ, ଦୀପାବଳି ପୂର୍ବରୁ ସରକାର କେନ୍ଦ୍ର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମଧ୍ୟ ଦେବେ । ସରକାରୀ ଅଧିକାରୀ କହିଛନ୍ତି ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ କେବଳ ପ୍ରୋଟୋକଲ ପାଳନ । ଇଫିଏଫର ଅନୁମୋଦନ ବିନା ସୁଧ ହାର ଦିଆଯାଇ ପାରିବ ନାହିଁ । ଗତ ଆର୍ଥିକ ବର୍ଷରେ ଇପିଏଫ୍ ୭୦,୩୦୦ କୋଟି ଟଙ୍କା ଆୟ କରିଛି । ଯେଉଁଥିରେ ଇକ୍ୱିଟି ନିବେଶର ଏକ ଅଂଶ ବିକ୍ରିରୁ ୪୦୦୦ କୋଟି ଟଙ୍କା ମିଳିଛି । କରୋନା ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି । ଏବେ ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ସୁଧ ଟଙ୍କା ମିଳିପାରେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *