ଜମ୍ମୁରେ ଏନକାଉଣ୍ଟର : ୨ ଆତଙ୍କବାଦୀ ନିପାତ

ଜମ୍ମୁ : ଜାମ୍ମୁରେ ଏନକାଉଁଟର। ୨ ଆତଙ୍କବାଦୀ ମୃତ। ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆତଙ୍କବାଦୀମାନେ କୁଲଗାମ ଜିଲ୍ଲାର ଚିମର ଗ୍ରାମରେ ଲୁଚିରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଆଉ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଉ ଏହି ସମୟରେ ଆତଙ୍କୀମାନେ ସେନା ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲେ। ଯାହାଦ୍ୱାରା ସେନା ମଧ୍ୟ କଡ଼ା ଜବାବ ଦେଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କୀ ନିପାତ ହୋଇଥିବା ନେଇ ସୂଚନା ମିଳିଛି। ଏହି ଏନକାଉଣ୍ଟରରେ ସେନାବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ସବ୍ ଇନ୍ସପେକ୍ଟର ଏବଂ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଥିଲେ । ଏହି ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର ଏ ତଇବାର ଟପ କମାଣ୍ଡର ଅବରାର ସମେତ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *