ରାଉରକେଲା ପୌର ନିର୍ବାଚନ ମାମଲା: ହାଇକୋର୍ଟଙ୍କ ନୋଟିସ୍

କଟକ : ରାଉରକେଲା ପୌର ନିର୍ବାଚନ ବିଳମ୍ବ ସମ୍ପର୍କିତ ମାମଲାରେ ହାଇକୋର୍ଟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ନଗର ଉନ୍ନୟନ ବିଭାଗକୁ ନୋଟିସ୍ ଜାରି କରିଛନ୍ତି । ରାଉରକେଲା ମ୍ୟୁନିସ୍‌ପାଲ୍‌ଟିର ପୂର୍ବତନ ଅଧ୍ୟକ୍ଷ ନିହାର ରାୟଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ବିଶ୍ୱଜିତ୍ ମହାନ୍ତିଙ୍କ ଇଜିଲାସ ନୋଟିସ୍ ଜାରି କରି କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ପାର୍ଥ ନାୟକ ପରିଚାଳନା କରୁଛନ୍ତି । ମାମଲାର ବିବରଣୀ ମୁତାବକ ସମ୍ବିଧାନର ୨୪୩(ୟୂ) ପରିଛେଦ ଅନୁସାରରେ ପ୍ରତି ୫ ବର୍ଷରେ ଥରେ ପୌର ନିର୍ବାଚନ ହେବାର ନିୟମ ରହିଛି । ରାଉରକେଲାରେ ୨୦୦୮ ମସିହା ପୌର ନିର୍ବାଚନର ଅବଧି ୨୦୧୩ରେ ଶେଷ ହୋଇଥିଲା । ଏହା ପରେ ରାଜ୍ୟ ସରକାର ୨୦୧୪ ନଭେମ୍ବର ୧୪ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ଏଥିରେ ରାଜ୍ୟ ସରକାର ରାଉରକଲା ମ୍ୟୁନିସ୍‌ପାଲ୍‌ଟିକୁ ରାଉରକେଲା ମ୍ୟୁନିସ୍‌ପାଲ୍ କର୍ପୋରେସନ୍ ଭାବେ ଘୋଷଣା କରିଥିଲେ । ଏହି ମ୍ୟୁନିସ୍‌ପାଲ୍ କର୍ପୋରେସନ୍‌କୁ ୪୦ଟି ୱାର୍ଡରେ ବିଭକ୍ତ କରିଥିଲେ । ମ୍ୟୁନିସ୍‌ପାଲ୍ କର୍ପୋରେସନ୍ ଗଠନ ପାଇଁ ୩ ଲକ୍ଷ ଜନସଂଖ୍ୟାର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର କେତେକ ପଞ୍ଚାୟତକୁ ମ୍ୟୁନିସ୍‌ପାଲ୍ କର୍ପୋରେସନ୍‌ରେ ମିଶାଇ ଦେଇଥିଲେ । କିଛି ପଞ୍ଚାୟତଗୁଡିକୁ ରାଉରକେଲା ମ୍ୟୁନିସ୍‌ପାଲ୍ କର୍ପୋରେସନ୍‌ରେ ମିଶାଇ ଦିଆଯିବା ଘଟଣାକୁ ବିରୋଧ କରି ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଗତ ୨୦୧୫ ମସିହାରେ ଏହାର ଶୁଣାଣି କରି ମ୍ୟୁନିସ୍‌ପାଲ୍ କର୍ପୋରେସନ୍ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ । ଏହା ପରେ ଆବେଦନକାରୀ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପକ୍ଷରୁ ରାଜ୍ୟରେ ମ୍ୟୁନିସ୍‌ପାଲ୍‌ଟି ନିର୍ବାଚନ ବିଳମ୍ବ ହେଉଛି ବୋଲି ଦର୍ଶାଇ ହାଇକୋର୍ଟରେ ୩ଟି ପୃଥକ ପୃଥକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ୨୦୨୧ ଅକ୍ଟୋବର ୨୫ ତାରିଖରେ ଏହାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଦର୍ଶାଯାଇଥିଲା । ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ୧୧୪ଟି ପୌର ନିର୍ବାଚନ ନିମନ୍ତେ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ବିଜ୍ଞପ୍ତିରେ ରାଉରକେଲା ସାମିଲ ନଥିଲା । ଏହା ପରେ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର କଟକ, ଭୁବନେଶ୍ୱର ଓ ପୁରୀରେ ମ୍ୟୁନିସ୍‌ପାଲ୍ କର୍ପୋରେସନ୍ ନିର୍ବାଚନ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ । ତେବେ ଏହି ନୋଟିସ୍‌ରେ ମଧ୍ୟ ରାଉରକେଲାକୁ ସ୍ଥାନିତ କରାଯାଇନଥିଲା । ଫଳରେ ଦୁଇ ଦୁଇଟି ନିର୍ବଚନ ସଂରକ୍ଷଣ ତାଲିକାରେ ରାଉରକେଲା ସ୍ଥାନ ପାଇନାହିିଁ । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ରୁଜୁ ମାମଲାରେ ଆବେଦନକାରୀ ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିବ, ରାଜ୍ୟ ନିର୍ବାଚନ ଅଧିକାରୀ, ମ୍ୟୁନିସ୍‌ପାଲ୍ ଆଡ୍‌ମିନିଷ୍ଟ୍ରେସ୍ ନିର୍ଦେଶକ, ରାଉରକେଲା ମ୍ୟୁନିସ୍‌ପାଲ୍ କର୍ପୋରେସନ୍ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି । ହାଇକୋର୍ଟ ଏହାର ଶୁଣାଣି କରି କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ଡିସେମ୍ବର ୭ ତାରିଖରେ ମାମଲଶର ପରବର୍ତ୍ତୀ ଶୁଣାଣି ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *