ପାରିଶ୍ରମିକ ନ ପାଇ ୧୭ ଶ୍ରମିକ ଠକାମିର ଶିକାର

ସିନାପାଲି : ରାଜ୍ୟରେ ନୂଆପଡ଼ା ଏକ ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ । ପ୍ରତି ବର୍ଷ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି । ପ୍ରଶାସନର ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଦାଦନ ରୋକିବାରେ ସଫଳ ହୋଇ ପାରୁ ନାହିଁ । ପ୍ରତିବର୍ଷ ଲୋକେ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଦାଦନ ସମସ୍ୟା ଥମିବାର ନା ଧରୁନି । ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ଦାଦନପ୍ରବଣ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଅଞ୍ଚଳରେ ।
ଖବର ଅନୁସାରେ ଭରୁଆମୁଣ୍ଡା ଓ ନୂଆପଡ଼ା ଗ୍ରାମର ପ୍ରାୟ ୧୭ ଜଣ ଲୋକ ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦକୁ ଗତ ବର୍ଷ ଜଣେ ଦଲାଲଙ୍କ ଜରିଆରେ ଯାଇଥିଲେ । ଏମାନେ ହେଲେ ଭରୁଆମୁଣ୍ଡା ନିବାସୀ ଶ୍ରମିକ ସୁନାଫୁଲ ହଂସ, ଦୁର୍ମିଳା ହଂସ, ରେବତୀ ନାଗ, କୁମର ବାଗ, ରାଇଫଳ ବାଗ, ସେବତୀ ନାଗ, ଧୂମତି ବାଗ, ସୁଜନ ନାଗ, ଖୁଡ ବାଗ, ମନ ନାଗ, କୃଷ୍ଣ ନାଗ, ଉର୍ବଶୀ ନାଗ, ବିଷ୍ଣୁ ଜଗତ, ଶ୍ରୀଧର ନାଗ, ଧନେ ନାଗ ପ୍ରମୁଖ । ସେଠାରେ ଦୀର୍ଘ ଛଅ ମାସ ଦାଦନ ଖଟିବା ପରେ ସେମାନଙ୍କୁ ପାରିଶ୍ରମିକ ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ସେମାନଙ୍କୁ ଆଜି ଯାଏଁ ପାଉଣା ମିଳିପାରିନାହିଁ । ଆଜି କାଲି କହିକହି ସେମାନଙ୍କୁ ଠକାଯାଉଛି । ଦାଦନ ଖଟିବା ପାଇଁ ଯିବା ସମୟରେ ଅଗ୍ରୀମ ଟଙ୍କା ଦେବା ପାଇଁ କହିଥିଲା । କିନ୍ତୁ ଦିଆଯାଇନାହିଁ । ଦି’ ପଇସା ରୋଜଗାର ଆଶାରେ ଶ୍ରମିକମାନେ ଦାଦନ ଖଟିବାକୁ ଯାଇଥିଲେ । ସେମାନଙ୍କ ଆଶା ଆଶାରେ ରହିଗଲା । ସେଠାରେ ଦିନ ରାତି ଖଟି ଛଅ ମାସ କାମକଲେ । ସେମାନଙ୍କ ଦାଦନ ଖଟଣିର ସମୟ ଛଅ ମାସ ପୂରିଗଲା । ହେଲେ ଦଲାଲକୁ ବାରମ୍ବାର କହିବା ସତ୍ତ୍ୱେ ପାଉଣା ଦେବାରେ ଆଗ୍ରହ ପ୍ରକାଶ କଲେ ନାହିଁ । ବରଂ ଦିନ ଗଡାଇ ଚାଲିଲେ । ଶେଷରେ ଗାଁକୁ ଗଲେ ଦେବୀ କହି ଠକି ଚାଲିଲେ । ଗାଁକୁ ଫେରିବା ପରେ ସେ କାହାରି କଥା ଶୁଣିଲା ନାହିଁ । ଶ୍ରମିକମାନେ ଟଙ୍କା ମାଗିବାରୁ ଦଲାଲ ସେମାନଙ୍କୁ ଗାଳିଗୁଲଜ କରି ଧମକ ଦେଉଛନ୍ତି । ୧୭ ଜଣ ଶ୍ରମିକଙ୍କ ପ୍ରାୟ ଲକ୍ଷାଧିକ ଟଙ୍କା ସମ୍ପୃକ୍ତ ଦଲାଲ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ଦାଦନ ଦଲାଲର ଠକାମିର ଶିକାର ହୋଇଥିବା ଶ୍ରମିକମାନେ ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନାହିଁ । ଅନ୍ୟ ପକ୍ଷରେ ଦଲାଲ ବେଫିକର୍ ଭାବେ ଶ୍ରମିକମାନଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ବୁଲୁଛନ୍ତି । କେବଳ ଏହି ଘଟଣା ନୁହେଁ, ଏଠାରେ ଅନେକ ଦାଦନ ଦଲାଲଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଶାସନର ନିରବତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯୋଗ୍ୟ ଯେ ବର୍ତ୍ତମାନ ଦାଦନ ଚାଲାଣ ଋତୁ ଚାଲିଥିବା ବେଳେ ଦୈନିକ ସିନାପାଲି ଅଞ୍ଚଳରୁ ଶହ ଶହ ଦାଦନ ବାହାର ରାଜ୍ୟକୁ ଦଲାଲମାନଙ୍କ ଜରିଆରେ ଚାଲାଣ ହେଉଛନ୍ତି । ସିନାପାଲିରୁ ସିଧା ହାଇଦ୍ରାବାଦକୁ ବସ ଚଳାଚଳ ସୁବିଧା ଥିବାରୁ ଦଲାଲମାନେ ଦାଦନ ଚାଲାଣ କରିବା ସହଜ ହେଉଛି । ପ୍ରଶାସନ ଏଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଠକାମିର ଶିକାର ହୋଇଥିବା ଶ୍ରମିକଙ୍କ ପାରିଶ୍ରମିକ ଯୋଗାଇ ଦେଇ ସମ୍ପୃକ୍ତ ଅସାଧୁ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *