ମସ୍ତିଷ୍କ ଉପରେ ବି ପ୍ରଭାବ ପକାଉଛି କରୋନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥାଏ । ବୈଜ୍ଞାନିକ ଅଧ୍ୟୟନରୁ ଏହାର ନୂଆ ସମସ୍ୟା ସାମ୍ନାକୁ ଆସିବାରେ ଲାଗିଛି । ପ୍ରତିଷ୍ଠିତ ପତ୍ରିକା ନେଚରରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ଅନୁଯାୟୀ କରୋନା ମସ୍ତିଷ୍ପକୁ ପ୍ରଭାବିତ କରୁଛି । ରିପୋର୍ଟରୁ ଜଣାପଡ଼ିଛି ଏହା ଯୋଗୁଁ ବ୍ରେନ ଫାଗ, ମସ୍ତିଷ୍କର କୋଶିକାକୁ ରକ୍ତ ସଞ୍ଚାଳନରେ ବାଧା ଯୋଗୁଁ ବ୍ରେନଷ୍ଟ୍ରୋକ ସମ୍ଭାବନା ସୃଷ୍ଟି ହୋଇଥାଏ । ଋିପୋର୍ଟରେ ୟେଲ ୟୁନିଭର୍ସିଟିର ସ୍ନାୟୁବିଜ୍ଞାନୀ ସେରିନ ସ୍ପୁଡିଚଙ୍କ ସୂଚନା ଅନୂଯାୟୀ କରୋନାର ଗୁରୁତର ସଂକ୍ରମଣରୁ ଠିକ୍ ହୋଇଥିବା ୮୦ ପ୍ରତିଶତ ଲୋକଙ୍କଠାରରେ ମସ୍ତିଷ୍କ ରୋଗର ଲକ୍ଷଣ ଦେଖାଦେଇଛି । ଏଥିରେ ମୁଖ୍ୟତଃ ସ୍ମୃତି ଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଯାଉଛି । ସେହିଭଳି ଅନେକ ମାମଲାରେ ଦେଖାଯାଇଛି ସଂକ୍ରମଣ ଯୋଗୁଁ ମସ୍ତିଷ୍କର କୋଶିକାଗୁଡ଼ିକରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରୁନାହିଁ । ଏହା ମଧ୍ୟ ମୃତ୍ୟୁ କାରଣ ହୋଇପାରେ । ରୋଗୀଙ୍କର ମସ୍ତିଷ୍କ ଯାଞ୍ଚ ପରେ ମିଳିଥିବା ରିପୋର୍ଟରେ ସେମାନଙ୍କର ମସ୍ତିଷ୍କରେ କାରଟେକ୍ସ ନାମକ ଏକ ପଦାର୍ଥର ଅଭାବ ଥିବା ଦେଖାଯାଇଛି। ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ଅଧ୍ୟୟନ ଅନୁଯାୟୀ କରୋନା ଭାଇରସ ମସ୍ତିଷ୍କର ଆଷ୍ଟ୍ରୋସାଇଟସ କୋଶିକାକୁ କ୍ଷତି ପହଞ୍ଚାଉଛି । ଏହି କୋଶିକା ଅନେକ କାର୍ଯ୍ୟ କରିଥାଏ । ରିପୋର୍ଟରେ କୁହାଯାଇଛି କରୋନା ସଂକ୍ରମଣରୁ ଠିକ ହେଉଥିବା ଅଧିକାଂଶ ଲୋକଙ୍କୁ ବ୍ରେନ ଫାଗ ସମସ୍ୟା ଦେଖାଦେଉଛି । ଏହା ଏମିତି ଏକ ରୋଗ ଯେଉଁଥିରେ ସ୍ମୃତି ଶକ୍ତି କମିଯାଇଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *