ପେନ୍‌କିଲର ବଟିକା ବଦଳରେ ଭୁଲରେ ଇୟରଫୋନ୍ ଗିଳିଦେଲେ ମହିଳା

ୱାଶିଂଟନ୍ : ବର୍ତ୍ତମାନ ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଆମ ଭାବନା ବାହାରେ । ସୋସିଆଲ ମିଡିଆ ଯୋଗୁ ଏସବୁ ଘଟଣା ସାମ୍ନାକୁ ଆସୁଛି । କେତେବେଳେ କିଏ ମୋବାଇଲ ଗିଳି ଦେଉଛି ତ କେତେବେଳେ କାହା ପେଟରୁ ଇୟରଫୋନ୍ ବାହାରୁଛି । ତେବେ ବର୍ତ୍ତମାନ ପୁଣିଥରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ, ଆମେରିକାର ଜଣେ ମହିଳା ପେନ୍‌କିଲର ଭାବି ଇୟରଫୋନ୍ ଖାଇ ଦେଇଛନ୍ତି । ମୋବାଇଲରେ କଲ୍ କରିବାରୁ ଏହି ଇୟରଫୋନ୍ ତାଙ୍କ ପେଟ୍‌ରେ ରିଂ ହୋଇଥିବା ଜଣାଯାଇଛି । ମହିଳା ଜଣକ ନିଜ ସହ ଘଟିଥିବା ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ଆମେରିକାରେ ରହୁଥିବା ଏହି ମହିଳାଙ୍କ ନା’ କାର୍ଲି । କାର୍ଲି କିଛି ଦିନ ତଳେ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରେ ହଠାତ୍ ତାଙ୍କ ପେଟ କାମୁଡ଼ିଥିଲା । ଏଣୁ ସେ ବନ୍ଧୁଙ୍କୁ ପେନ୍‌କିଲର ମାଗିଥିଲେ । ବନ୍ଧୁ ତାଙ୍କ ପାଇଁ ପେନ୍‌କିଲର ଆଣି ଖଟ ପାଖରେ ଥିବା ଟେବୁଲ ଉପରେ ଥୋଇ ଦେଇଥିଲେ । କାର୍ଲି ଖଟରେ ଶୋଇ ଶୋଇ ଏହି ଟାବ୍‌ଲେଟ୍‌କୁ ଖାଇ ଦେଇଥିଲେ । କିଛି ସମୟ ପରେ ସେ ଇୟରଫୋନ୍‌ରେ ଗୀତ ଶୁଣିବାକୁ ଚାହିଁଥିଲେ । କିନ୍ତୁ ତାଙ୍କୁ କେବଳ ଡାହାଣ କାନର ଇୟରଫୋନ୍ ହିଁ ମିଳିଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ସେ ବାମ କାନର ଇୟରଫୋନ୍ ପାଇନଥିଲେ । ଏଣୁ ମୋବାଇଲରେ ଇୟରଫୋନ୍‌ର ଲୋକେସନ୍ ସର୍ଚ୍ଚ କରିଥିଲେ । କିନ୍ତୁ ତାଙ୍କ ଇୟରଫୋନ୍‌ର ଲୋକେସନ୍ ତାଙ୍କ ଘର ହିଁ ଶୋ’ କରିଥିଲା । ଏଣୁ ଅନ୍ୟ ବାଟ ନପାଇ ସେ ଗୀତ ବଜାଇଥିଲେ । ତେବେ ଆଶ୍ଚର୍ଯ୍ୟ ଜନକ ଭାବେ ଏହି ଗୀତ ତାଙ୍କ ପେଟ ଭିତରୁ ହିଁ ଶୁଣାଯାଇଥିଲା । ପେଟରୁ ଗୀତ ବାଜୁଥିବା ଦେଖି ସେ ଜାଣିଗଲେ ଯେ ପେନ୍‌କିଲର ନୁହେଁ, ବରଂ ସେ ଇୟରଫୋନ୍‌କୁ ଗିଳି ଦେଇଛନ୍ତି । ସେଦିନ ବହୁତ ରାତି ହୋଇଯାଇଥିବାରୁ ସେ ଆଉ ଡାକ୍ତର ପାଖକୁ ଯାଇପାରିନଥିଲେ । ସକାଳୁ ନିତ୍ୟ କର୍ମ ସାରି ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ସବୁ କଥା ଶୁଣିବା ପରେ ତାଙ୍କ ପେଟ ସ୍କାନ୍ କରିଥିଲେ । କିନ୍ତୁ ପେଟରେ କିଛି ଇଲେକ୍ଟ୍ରୋନିକ୍ ଜିନିଷ ନଥିବା ଡାକ୍ତର କହିଥିଲେ । ଏଥିସହ ଡାକ୍ତର ତାଙ୍କୁ ଆଶ୍ୱସ୍ତି କରି କହିଥିଲେ ଯେ ସେ ଭୁଲରେ ଗିଳି ଦେଇଥିବା ଇୟରଫୋନ୍ ପ୍ରାକୃତିକ ଉପାୟରେ ଝାଡ଼ାରେ ହିଁ ବାହାରି ଯାଇଛି । ଡାକ୍ତରଙ୍କ ଠାରୁ ଏହା ଶୁଣିବା ପରେ କାର୍ଲି ଟିକେ ଶାନ୍ତିରେ ନିଃଶ୍ୱାସ ମାରିଥିଲେ । ଏହା ଦ୍ୱାରା ତାଙ୍କର କୌଣସି ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇନଥିବା ଡାକ୍ତର କହିଥିଲେ । ନିଜ ସହ ଘଟିଥିବା ଏହି ଘଟଣାକୁ କାର୍ଲି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହ ସେ ସମୟରେ ସେ କେତେ ଯନ୍ତ୍ରଣାରେ ଥିଲେ, ତାହା ମଧ୍ୟ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *