ବିଶ୍ବ ଦୌଡ଼କୁଦ ରିଲେ, ଭାରତୀୟ ଦଳରେ ଦୂତି

କଟକ : ପୋଲାଣ୍ଡର ସିଲିସିଆରେ ଆସନ୍ତା ମେ ୧ରୁ ବିଶ୍ବ ଦୌଡ଼କୁଦ ରିଲେ-୨୦୨୧ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ରିଲେ ଦଳ ଘୋଷଣା କରାଯାଇଛି। ୪ଗୁଣା ୧୦୦ମିଟର ମହିଳା ରିଲେ ଦଳରେ ଧନଲକ୍ଷ୍ମୀ, ହିମା ଦାସ, ଅର୍ଚ୍ଚନା ସୁଦର୍ଶନ, ହିମାଶ୍ରୀ, ଧନେଶ୍ବରୀଙ୍କ ସମେତ ଓଡ଼ିଆ ସ୍ପ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ସେହିପରି ୪ ଗୁଣା ୪୦୦ମିଟର ମହିଳା ରିଲେ ଦଳରେ ପୁଭାମ୍ମା, ଶୁଭା, କିରଣ, ଅଞ୍ଜଳି, ରେବତୀ, ବିସ୍ମୟା ଏବଂ ଜିସ୍ନା ମାଥ୍ୟୁ ରହିଛନ୍ତି।

ପୁରୁଷ ୪ ଗୁଣା ୪୦୦ମିଟର ରିଲେରେ ଅମୋଜ, ପି. ନାଗାନାଥନ, ମହମ୍ମଦ ଆନାସ, ରାଜୀବ ଆରୋକିଆ, ବି. ସାର୍ଥକ, ଧାରୁନ, ନିର୍ମଳ ନୋହା ଟମ୍‌ ପ୍ରମୁଖ ରହିଛନ୍ତି। ପ୍ରତିଯୋଗିତା​ର ପ୍ରତି ବିଭାଗରେ ୩୦ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିରୁ ଶ୍ରେଷ୍ଠ ଟାଇମିଂ ହାସଲ କରିଥିବା ୧୫ଟି ଦଳ ଟୋକିଓ ଅଲିମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିବେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *