ଦୁଷ୍କର୍ମ ମାମଲାରେ ଦୀର୍ଘ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡା : ଦୁଷ୍କର୍ମ ମାମଲାରେ ଦୀର୍ଘ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି କେନ୍ଦ୍ରାପଡା ଟାଉନ୍ ପୋଲିସ । ଗତ ୨୦୧୯ ମସିହା ଜୁନ୍ ୧୬ ତାରିଖରେ କେନ୍ଦ୍ରାପଡା ଟାଉନ୍ ଥାନା ଅନ୍ତର୍ଗତ ଚକଡା ଗ୍ରାମର ଜଣେ ମହିଳାଙ୍କୁ ଏକାକୀ ପାଇ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଗୁଣନିଧି ମଳିକ । ତେବେ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ମାଡ ମାରିଥିଲା। ଗୁଣନିଧିଙ୍କ ମାଡରେ ପୀଡିତା ମହିଳାଙ୍କ ୨ ଗୋଡ ଅକାମୀ ହୋଇଯାଇଥିଲା । ଘଟଣା ଘଟାଇ ଗୁଣନିଧି ଫେରାର ହୋଇଯାଇଥିଲା। ତେବେ ଅଭିଯୁକ୍ତ ଗୁଣନିଧି କଟକ ଜିଲ୍ଲା ନିଶ୍ଚିକୋଇଲିଠାରେ ଥିବା ଖବର ପାଇ ପୋଲିସ ତାକୁ କାବୁ କରି ନେଇଥିଲା। ଗିରଫ ପରେ ଗୁଣନିଧି କରୋନା ପଜିଟିଭ୍ ଜଣାପଡିବା ପରେ ତାକୁ ଛତା ସ୍ଥିତ କୋଭିଡ୍ ହସ୍ପିଟାଲରେ ରଖି ଚିକତ୍ସା କରାଯାଉଛି । ସେହିପରି ଅନ୍ୟ ୪ ଗୋଟି ଦୁଷ୍କର୍ମ ମାମଲାରେ ଫେରାର ଥିବା ଆସାମୀମାନଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।