ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁ, ୧୫ ଦିନ ଧରି ଚାଲିବ ଅଣବସର ଗୁପ୍ତ ନୀତି

ପୁରୀ: ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ୧୫ ଦିନ ଧରି ଅଣସର ପିଣ୍ଡିରେ ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁଙ୍କ ଅଣବସର ଗୁପ୍ତ ନୀତି କରାଯିବ । ଅଣବସର ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରିବା ଦ୍ୱାରା ଦାରୁ ବିଗ୍ରହଙ୍କ ଦର୍ଶନର ସମାନ ଫଳ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ କୋଭିଡ୍ କଟକଣା ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୌଣସି ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ । ବ୍ରହ୍ମଗିରି ଅଲାରନାଥ ମନ୍ଦିରର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି । ଭୋର୍ ୪ଟା ସମୟରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଆଦି ହେଉଛି । ସୂର୍ଯ୍ୟପୂଜା ଓ ରୋଷହୋମ ନୀତି ପରେ ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଓ ଗୋଟାଏରେ ଦ୍ୱିପ୍ରହର ଧୂପ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *