ଶବ ସହିତ ମଦ୍ୟପ ଯୁବକ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ…..

ନୂଆଦିଲ୍ଲୀ : ନିଶାରେ ଲୋକମାନେ ନିଜର ହିତାହିତ ଜ୍ଞାନ ହରାଇବସନ୍ତି । ଏପରି କିଛି ଲଜ୍ଜାଜନକ ଘଟଣା ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକ ଏକ ବୟସ୍କ ମହିଳାଙ୍କ ସହିତ ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ବିଫଳ ହେବାରୁ ମହିଳାଙ୍କ ଗଳା ଚିପି ହତ୍ୟା କରିଥିଲା ଓ ପରେ ଶବ ସହିତ ଦୁଷ୍କର୍ମ କରିଥିଲା । ମଦନିଶାରେ ଏପରି କାଣ୍ଡ ଘଟାଇଥିବା ଯୁବକକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ତେବେ ଏପରି ହୃଦୟବିଦାରକ ଘଟଣା ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳରେ ଘଟିଛି । ସେଠାରେ ଜଣେ ଯୁବକ ନିଶାରେ ଆସି ମଣିଷପଣିଆକୁ ଲଜ୍ଜିତ କରିଛି । ବୁଧବାର ରାତିରେ ୧୯ ବର୍ଷୀୟ ଯୁବକ ମଦନିଶାରେ ବୟସ୍କ ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଅସଫଳ ହୋଇଥିଲା । ଏଥିରେ ଯୁବକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲା । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଅଭିଯୁକ୍ତକୁ ଗିରଫ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *