ଡିଆରଡିଓ ପକ୍ଷରୁ ସ୍ମାଟ୍ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟର୍ପେଡୋ ସିଷ୍ଟମ ବା ସ୍ମାଟ୍ ର ସଫଳ ପରୀକ୍ଷଣ କରାଯାଇଛି । ଆଜି ଏହି ଟର୍ପେଡୋ ସିଷ୍ଟମକୁ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ଥିବା ଅବଦୁଲ କାଲାମ ଦ୍ବୀପରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ପାରମ୍ପରିକ ଟର୍ପେଡୋ ସିଷ୍ଟମ ତୁଳନାରେ ଏହା ଆହୁରି ସ୍ମାର୍ଟ ଓ ଘାତକ । ଏହା ଭାରତର ଆଣ୍ଟି-ସବମେରାଇନ ବା ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ କୌଶଳରେ ସହାୟକ ହୋଇପାରିବ ବୋଲି ଡିଆରଡିଓ ପକ୍ଷରୁ ଦାବି କରାଯାଇଛି । ଆଜିର ପରୀକ୍ଷଣ ସମୟରେ ଏହି ମିସାଇଲର ସଂପୂର୍ଣ୍ଣ ରେଞ୍ଜ୍ କ୍ଷମତା ପରଖାଯାଇଥିଲା । ମିସାଇଲର ଗତିପଥକୁ ଏକ ଇଲେକ୍ଟ୍ରୋ ଅପଟିକ୍ ଟେଲିମେଟ୍ରି ସିଷ୍ଟମ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯାଇଥିଲା ।

ଏହି ମିସାଇଲ ଏକ ପାରାଚ୍ୟୁଟ ମାଧ୍ୟମରେ ଏକ ଟର୍ପେଡୋକୁ ନିକ୍ଷେପ କରିଥାଏ । ଏଣୁ ଏହା ଅତ୍ୟନ୍ତ ଘାତକ ବୋଲି କୁହାଯାଉଛି । ଏହି ମିସାଇଲକୁ ଏକ ଗ୍ରାଉଣ୍ଡ ବେସଡ୍ ମୋବାଇଲ ଲଞ୍ଚରରୁ ନିକ୍ଷେପ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଦୁଇଟି ପର୍ଯ୍ୟାୟ ସଲିଡ୍‌ ପ୍ରୋପଲସନ୍‌, ଇଲେକ୍ଟ୍ରୋ-ମେକାନିକାଲ୍ ଆକ୍ଟୁଏଟର୍ ଏବଂ ସଠିକ୍ ନିଷ୍କ୍ରିୟ ନାଭିଗେସନ୍ ଭଳି ଉନ୍ନତ ଜ୍ଞାନକୌଶଳ ରହିଛି। ବିଶେଷ କରି ଭାରତୀୟ ନୌସେନାର ଶକ୍ତିକୁ ଏହା ମଜୁବତ କରିବ ବୋଲି ସୂଚନା ଦିଆଯାଇଛି। କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ପରିସର କ୍ଷମତା ସଫଳତାର ସହିତ ପ୍ରଦର୍ଶନ କରାଯାଇଥିଲା। ପରୀକ୍ଷଣ ସମୟରେ ଇଲେକ୍ଟ୍ରୋ-ଅପ୍ଟିକ୍, ଟେଲିମେଟ୍ରି ସିଷ୍ଟମ, ଡାଉନ୍ ରେଞ୍ଜ୍ ଇନଷ୍ଟ୍ରୁମେଣ୍ଟସ୍‌ ଏବଂ ଡାଉନ୍ ରେଞ୍ଜ୍ ଜାହାଜ ସମେତ ବିଭିନ୍ନ ରେଞ୍ଜ୍ ଉପରେ ନଜର ରଖାଯାଇଥିଲା। ଏହି ମିସାଇଲ ଭାରତୀୟ ନୌସେନାର ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ । ଭାରତ ମହାସାଗରରେ ଚୀନର ବୁଡ଼ାଜାହଜଗୁଡ଼ିକୁ ରୋକିବାକୁ ଏହା ବେଶ ଘାତକ ହୋଇପାରିବ ବୋଲି କୁହାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *