ଆକାଶରେ ଉଡ଼ିବ ‘ଡ୍ରୋନ ଟ୍ୟାକ୍ସି’

ନୂଆଦିଲ୍ଲୀ: ଦେଶରେ ନୂଆ ଡ୍ରୋନ ଆଇନ କାର୍ଯ୍ୟକାରୀ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡ୍ରୋନ ଆଇନ ୨୦୨୧କୁ ଅନୁମୋଦନ କରିଛନ୍ତି । ଫଳରେ ୨୦୨୧ ମାର୍ଚ୍ଚରେ ଜାରି ହୋଇଥିବା ମାନବବିହୀନ ବିମାନ ବ୍ୟବସ୍ଥା ଆଇନ ଅଚଳ ହୋଇଛି । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ନୂଆ ଆଇନ ଅନୁଯାୟୀ ଡ୍ରୋନ ଉଡାଣ ନିମନ୍ତେ ବିଭିନ୍ନ ପ୍ରକାର ସରକାରୀ ଅନୁମୋଦନକୁ ଉଚ୍ଛେଦ କରାଯାଇଛି । ସେହିପରି ଅଧିକ ଓଜନର ଡ୍ରୋନ ଉଡାଣକୁ ଅନୁମତି ପ୍ରଦାନ କରାଯାଇଛି । ଡ୍ରୋନର ସର୍ବାଧିକ ଓଜନ ୩୦୦ କିଲୋରୁ ୫୦୦ କିଲୋକୁ ବୃଦ୍ଧି କରାଯାଇଛି ।

ଏହା ସହିତ ଡ୍ରୋନ ଟ୍ୟାକ୍ସି ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ଫଳରେ ସଡକ ପଥ ପରିବର୍ତ୍ତେ ଆକାଶ ପଥରେ ଚଳାଚଳ କରିବା ସହଜ ହେବ । ଉଡନ୍ତା ମୋଟର ଯାନ ବିକାଶ ଦିଗରେ ବିଶ୍ୱର ବିଭିନ୍ନ ଉଦ୍ୟୋଗୀମାନେ ଗବେଷଣା ଚଳାଛନ୍ତି । ଫଳରେ ସାଧାରଣ ଲୋକେ କାର୍‌ରେ ସଡକ ପଥ ପରିବର୍ତ୍ତେ ଆକାଶ ପଥରେ ଯାତ୍ରା କରିପାରିବେ । ଓଲା ଓ ଉବେର ଭଳି ଆକାଶ ପଥରେ ମୋଟର ଯାନ ଦେଖିବାକୁ ମିଳିବ । ନୂଆ ଆଇନରେ ଅଣୁ ଓ କ୍ଷୁଦ୍ର ଡ୍ରୋନ ଉଡାଣ ନିମନ୍ତେ ଅନୁମତିର ଆବଶ୍ୟକ ନାହିଁ । ସେହିପରି ମାଲପତ୍ର ପରିବହନ ନିମନ୍ତେ ସ୍ୱତନ୍ତ୍ର ଡ୍ରୋନ କରିଡର ବିକାଶ କରାଯିବ ବୋଲି ଆଇନରେ ଉଲ୍ଲେଖ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *