ସେପ୍ଟେମ୍ୱର ସୁଦ୍ଧା ଦେଶରେ ଆରମ୍ଭ ହେବ ଶିଶୁଙ୍କ ଲାଗି ଟିକାକରଣ : ଡ. ଗୁଲେରିଆ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ଲାଗି ଚାଲିପାରେ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ ଦିଆଯାଇସାରିଲାଣି । ଏହା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ଅଧିକ ବୟସ୍କ, ରୋଗରେ ସଢୁଥିବା ଲୋକଙ୍କ ଲାଗି ଟିକାକରଣର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *