ଜୀବନ ବଞ୍ଚାଉଛି ଡବଲ ଡୋଜ୍ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ ଟିକାକୁ ନେଇ ଖୁସି ଖବର ଦେଇଛି ଏମସ ଗବେଷଣା । ଏମସ ପକ୍ଷରୁ କୁହାଯାଇଛି ଯେ, ଟିକା ନେଇଥିବା ଲୋକଙ୍କ ପ୍ରତି ଘାତକ ହୋଇପାରୁନି କରୋନା । ଡବଲ ଡୋଜ ଟିକା ନେଇଥିବା ଲୋକ ସଂକ୍ରମିତ ହେଉଥିଲେ ବି ମୃତ୍ୟୁ ଘଟୁନି । ଏପ୍ରିଲ-ମେ ବ୍ରେକ ଥ୍ରୁ ଜିନୋମ ସିକ୍ୱେନ୍ସିଂ ଗବେଷଣାରୁ ଏହା ସ୍ପଷ୍ଟ କରିଛି ଏମସ୍ । ତେବେ ବିଭିନ୍ନ ବର୍ଗର ମୋଟ ୬୩ଜଣଙ୍କୁ ନେଇ ସର୍ବେକ୍ଷଣ କରିଥିଲା ଏମସ । ୬୩ ଜଣଙ୍କ ମଧ୍ୟରୁ ୬୩ ଡବଲ, ୨୭ ଜଣ ସିଙ୍ଗିଲ ଡୋଜ୍ ନେଇଥିଲେ । ୬୩ ଜଣଙ୍କ ମଧ୍ୟରୁ ୧୦ ଜଣ କୋଭିସିଲ୍ଡ ଟିକା ଓ ୫୩ ଜଣ କୋଭାକ୍ସିନ ଟିକା ନେଇଥିଲେ । ଚିହ୍ନଟ ଲୋକମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ୱର ହୋଇଥିଲେ ବି ଜୀବନ ଯାଇନଥିଲା । ଟିକା ଭଲ କାମ କରୁଥିବା ସହ ଟିକା ହିଁ ଜୀବନ ରକ୍ଷକ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *