ରୋଗୀଙ୍କ ସହ ଶାରୀରିକ ସମ୍ପର୍କ ରଖି ରୋଗ ଭଲ କରିବାକୁ କହୁଥିଲେ ଡାକ୍ତର, ଶେଷର ଧରାପଡ଼ିଲେ ଏମିତି….

ନୂଆଦିଲ୍ଲୀ: ଇଟାଲୀର ଜଣେ ନାମୀ ଗାଇନାକୋଲଜିଷ୍ଟ ଶାରୀରିକ ସମ୍ପର୍କ ଦ୍ୱାରା କର୍କଟ ରୋଗ ଠିକ କରିବାକୁ ଦାବି କରିଥିଲେ । ଏହାପରେ ଜଣେ ମହିଳା ରୋଗୀଙ୍କୁ ନେଇ ସେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ସେ ସିଧାସଳଖ ଧରାପଡ଼ି ଯାଇଥିଲେ । ସିଧାସଳଖ ଧରାପଡ଼ିବା ପରେ ଡାକ୍ତର ଚାକିରିରୁ ଇସ୍ତଫା ଦେଇ ଦେଇଛନ୍ତି । ଡାକ୍ତରଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି । ଡାକ୍ତରଙ୍କ ଏଭଳି କାଣ୍ଡ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ୩୩ବର୍ଷୀୟ ମହିଳା ରୋଗୀଙ୍କୁ ଏକ ନ୍ୟୁଜ ଚାନେଲ ସମ୍ପର୍କ କରିଥିଲା । ମହିଳା ଜଣକ କହିଥିଲେ, ଡାକ୍ତର ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ରୋଗକୁ ଠିକ କରିବା ପାଇଁ ଦାବି କରିଥିଲେ । ତେଣୁ ଡାକ୍ତରଙ୍କୁ ଧରିବା ପାଇଁ ଚାନେଲ ପକ୍ଷରୁ ଷ୍ଟିଂ ଅପରେସନ କରାଯାଇଥିଲା । ଚାନେଲ ଜଣେ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ଡାକ୍ତରଙ୍କ ପାଖକୁ ଯିବାକୁ କହିଥିଲା । ୬୦ବର୍ଷୀୟ ଡାକ୍ତରଙ୍କ ନାମ ଜିୟୋଭାଯନି ମିନିଏଲୋ ବୋଲି ଜଣାପଡ଼ିଛି । ଅଭିନେତ୍ରୀ ଜଣକ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଆଉ ନିଜର ପରୀକ୍ଷା କରାଇଥିଲେ । ଏହି ସମୟରେ ଡାକ୍ତର ଅଭିନେତ୍ରୀଙ୍କ ଶରୀରରେ ଏଚପିଭି ଚିହ୍ନଟ ହୋଇଛି ବୋଲି କହିଥିଲେ । ଯାହାକି ଆଗକୁ କର୍କଟ ହୋଇପାରେ ବୋଲି କହିଥିଲେ । ଅଭିନେତ୍ରୀ ଜଣକ ଉକ୍ତ ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ । ଡାକ୍ତର କହିଥିଲେ ଯଦି ତାଙ୍କ ସହିତ ସେ ଶାରୀରିକ ସମ୍ପର୍କ ରଖିବେ ତେବେ ଏହି ରୋଗ ଦୂର ହୋଇପାରିବ । ଏହାପରେ ଡାକ୍ତର କଥାରେ ଅଭିନେତ୍ରୀ ରାଜି ହୋଇ ସେ ଯେଉଁ କୋଠରୀକୁ ଡାକିଥିଲେ ସେଠାକୁ ଯାଇଥିଲେ । ଡାକ୍ତର ଜଣକ ଯେମିତି ହିଁ କୋଠରୀ ଭିତରେ ପୋଷାକ ଖୋଲିଥିଲେ ପୂର୍ବରୁ ଜଗି ରହିଥିବା ସାମ୍ବାଦିକମାନେ କ୍ୟାମେରା ସହ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ସିଧାସଳଖ କାବୁ କରି ନେଇଥିଲେ । ଅଭିଯୋଗ କରିଥିବା ମହିଳା ଜଣକ କହିଛନ୍ତି, ସେ ଗର୍ଭବତୀ ହେବାକୁ ଚାହୁଁଥିଲେ । କିନ୍ତୁ କିଛି ସମସ୍ୟା ଥିଲା । ସେଥିପାଇଁ ସେ ଗାଇନାକୋଲଜିଷ୍ଟ ଡାକ୍ତର ଜିୟୋଭାମିନିଏଲୋଙ୍କ ପାଖକୁ ଯାଇଥିଲେ । ଡାକ୍ତର ଚିକିତ୍ସା ନାମରେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହିତ କହିଥିଲେ ତାଙ୍କ ସହ ଯଦି ଶାରୀରିକ ସମ୍ପର୍କ ରଖିବେ ତେବେ ତାଙ୍କର ଶରୀରରେ ଥିବା ରୋଗ ଭଲ ହୋଇ ଯିବ । ଏହାଶୁଣି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ ଗଣମାଧ୍ୟମ ସହ ସମ୍ପର୍କ କରି ଘଟଣା ବିଷୟରେ ଜଣାଇଥିଲେ । ଡାକ୍ତରଙ୍କ କାରନାମାର ପର୍ଦ୍ଦାଫାସ କରିବା ପାଇଁ ଏକ ନ୍ୟୁଜ ଚାନେଲ ଷ୍ଟିଂ ଅପରେସନ କରିଥିଲା । ଆଉ ଡାକ୍ତର ବି ଧରାପଡ଼ି ଯାଇଥିଲେ । ଡାକ୍ତର ଧରାପଡ଼ିବା ପରେ ଅନେକ ମହିଳା ସାମ୍ନାକୁ ଆସି ଉକ୍ତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *