‘ବାଣ ଫୁଟିଲେ ପୁଣି ବଢ଼ିବ କରୋନା’: ଜାଣନ୍ତୁ କାହିଁକି ଏପରି କହିଲେ ଡିଏମଇଟି

ଭୁବନେଶ୍ୱର : ଆଗକୁ ଆସୁଛି ଦୀପାବଳୀ । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ବାଣ ଫୁଟାଇବାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଇଛି । ଏହାରି ମଧ୍ୟରେ କୋଭିଡକୁ ନେଇ ଚିନ୍ତା ବଢ଼ାଇଲା ଭଳି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବାଣ ଫୁଟାଇଲେ ପୁଣି କରୋନା ମାଡିଯିବ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ତାଙ୍କ ମତରେ, ବାଣ ଫୁଟିଲେ ନାଇଟ୍ରିକ୍ ଡାଇଅକ୍ସସାଇଡ ନିର୍ଗତ ହୋଇଥାଏ । ନାଇଟ୍ରିକ୍ ୍ ଡାଇଅକ୍ସସାଇଡ୍ କରୋନା ଭୂତାଣୁ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ବାଣ ଫୁଟିଲେ କରୋନା ବଢ଼ିବ ବୋଲି ଡିଏମଇଟି କହିଛନ୍ତି । ତେବେ ସବୁଜ ବାଣ ଅନୁମତି ସମ୍ପର୍କିତ ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସଆରସି ନିଷ୍ପତ୍ତି ନେବେ । କୋଭିଡ ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନେବେ ଏସଆରସି । ସବୁଜ ବାଣକୁ ନେଇ ଆସନ୍ତାକାଲି ଦିନ ୧୧ଟାରେ ଏସଆରସି ଶୁଣାଣି କରିବେ । ଦିନ ଗୋଟାଏ ସୁଦ୍ଧା ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଷ୍ପତ୍ତି ସମ୍ପର୍କରେ ସୋମବାର ୧୦ଟାରେ କୋର୍ଟଙ୍କୁ ଜଣାଇବେ ଏସଆରସି । ସୋମବାର ଅପରାହ୍ନ ୨ଟାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *